28.1 C
Bhubaneswar
Saturday, March 7, 2026
Homeଓଡିଶାହାତୀ ଆତଙ୍କ: ଭୟଭୀତ ଅଞ୍ଚଳବାସୀ

ହାତୀ ଆତଙ୍କ: ଭୟଭୀତ ଅଞ୍ଚଳବାସୀ

କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅଁଳାବେରେଣୀ ଗାଁରେ ହାତୀ ଆତଙ୍କ ଦେଖାଦେଇଛି । ଗତ କିଛିଦିନ ଧରି ଏହି ଅଞ୍ଚଳରେ ଏଗାର ଟିକିଆ ହାତୀପଲ ଆତଙ୍କ ଖେଳାଇଛି । ଏକ ଗୋଠଛଡା ଦନ୍ତା ଏବେ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ବିପଦ ସୃଷ୍ଟି କରିଛି । ଦନ୍ତାଟି ଗତ ଦୁଇଦିନ ତଳେ ଅଁଳାବରେଣୀ ଚାରୁଲତା ନାଏକ ନାମକ ଜଣଙ୍କୁ ଦଳି ଦେଇଥିବା ବେଳେ ଗତକାଲି ରାତିରେ ଢେଙ୍କାନାଳ- କାମାକ୍ଷାନଗର ମୁଖ୍ୟରାସ୍ତାରେ ବହୁ ସମୟ ଯାଏଁ ଛିଡା ହୋଇ ରହିବା ସହ ଅଁଳାବରେଣୀ ବଜାରରେ ବୁଲୁଥିଲା । ଯାହା ସବୁ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଜଙ୍ଗଲ ଛାଡି ଦନ୍ତାଟି ଏବେ ଗାଁ ମୁହାଁ ହେଉଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଆତଙ୍କିତ ଅଛନ୍ତି । ତେବେ ଦନ୍ତାଟି ଗତକାଲି ଅଁଳାବରେଣୀ ଗାଁରେ ଥିବା କିଛି କଦଳୀ ବଗିଚା ନଷ୍ଟ କରିଥିବା ବେଳେ ବନବିଭାଗ ତୁରନ୍ତ ଗାଁ ନିକଟରୁ ଘଉଡାଇବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking