21.1 C
Bhubaneswar
Saturday, December 20, 2025
Homeଓଡିଶାଗାଁରେ ହାତୀ ଆତଙ୍କ: ଭୟରେ ଗ୍ରାମବାସୀ

ଗାଁରେ ହାତୀ ଆତଙ୍କ: ଭୟରେ ଗ୍ରାମବାସୀ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ପାଟୁଳିପୁରା ପଞ୍ଚାୟତର ପ୍ରତିମାଦେଇପୁର ଶାସନ ଗାଁ ଦାଣ୍ଡରେ ସୋମବାର ସକାଳୁ ସକାଳୁ ଏକ ବଣୁଆ ଦନ୍ତା ହାତୀ ଦେଖିବାକୁ ମିଳିଛି। ଗାଁ ଦାଣ୍ଡରେ ଦନ୍ତାକୁ ଦେଖି ଗ୍ରାମବାସୀ ଘରୁ ବାହାରିବାକୁ ସାହସ କରୁନାହାନ୍ତି। ସୂଚନା ଅନୁଯାଇ ବେତନଟୀ ରେଞ୍ଜର ବିଭିନ୍ନ ଜଙ୍ଗଲରେ ୧୦ରୁ ୧୨ ଝାଡ଼ଖଣ୍ଡୀ ବଣୁଆ ହାତୀ ବିଚରଣ କରୁଥିବା ବେଳେ ଦୀର୍ଘ ଦିନ ଧରି ଗୋଠଛଡା ହୋଇ ରହିଯାଇଥିବା ଏହି ବଣୁଆ ଦନ୍ତା ବୈଶିଙ୍ଗା ଉପକଣ୍ଠ କ୍ଷୀରପଦା ଜଙ୍ଗଲରେ ରହିଆସୁଛି ଏବଂ ବିଭିନ୍ନ ସମୟରେ ଜଙ୍ଗଲରୁ ବାହାରି ଉତ୍ପାତ କରୁଛି। କେତେବେଳେ ଦୀର୍ଘ ସମୟ ଧରି ବ୍ୟସ୍ତବହୁଳ ବୈଶିଙ୍ଗା-ମାଣତ୍ରି ରାସ୍ତା ଅବରୋଧ କରୁଛି ତ କେତେବେଳେ ଗାଁ ଭିତରେ ପଶି ଉପଦ୍ରଵ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking