ଯାଜପୁର: ଯାଜପୁର ଜିଲ୍ଲାର ସୁକିନ୍ଦା ଅଞ୍ଚଳରେ ବାରମ୍ବାର ଜଙ୍ଗଲୀ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳୁଛି । ଦୁଇଦିନ ତଳେ ତିନୋଟି ଜଙ୍ଗଲୀ ହାତୀ ବୋତଲଣ୍ଡା ଗ୍ରାମର ଅନେକ ସ୍ଥାନରେ ଉପଦ୍ରବ କରୁଥିବା ଦେଖିବାକୁ ମିଳିଥିଲା ସେହି ତିନୋଟି ଜଙ୍ଗଲୀ ହାତୀଙ୍କୁ ସୁକିନ୍ଦା ବନବିଭାଗ କର୍ମଚାରୀ ମାନେ ଢେଙ୍କାନାଳ ସୀମାନ୍ତକୁ ଘଉଡାଇ ଦେଇଥିଲେ ।ହେଲେ ଆଜି ତାଙ୍କ ମଧ୍ୟରୁ ଗୋଟେ ଜଙ୍ଗଲୀ ହାତୀ ଫୁଣିଥରେ ସୁକିନ୍ଦା ଅଞ୍ଚଳରେ ଉପଦ୍ରବ କରି ବିଭିନ୍ନ ସାମଗ୍ରୀ ନଷ୍ଟ କରୁଥିବା ଦେଖିବାକୁ ଧାନ ବିଲ ରେ ପଶି ଧାନ ଗଛ ଗୁଡିକ ଦଳି ଚକିଟି ଦେଉଛି ହାତୀ ଗାଁ ମୁହାଁ ହୋଇ ହେଉ ଥିବାରୁ ସମ୍ପୃକ୍ତ ଅଂଚଳ ର ଲୋକ ମାନେ ଆତଙ୍କିତ ହେଉଛନ୍ତି l ଆଜି ସକାଳୁ ପ୍ରଥମେ ସୁକିନ୍ଦା ବ୍ଲକ ଅନ୍ତର୍ଗତ ଦଲକୀ ଗ୍ରାମରେ ଜଣଙ୍କ ମୁଖ୍ୟ ଫାଟକ ଲୁହା ଗେଟ ଭାଙ୍ଗିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏ ଖବର ସୁକିନ୍ଦା ବନବିଭାଗ କର୍ମଚାରୀ ଜାଣିବା ପରେ ତାଙ୍କୁ ଘଉଡାଇ ଥିଲେ ହେଲେ ସେ ଜଙ୍ଗଲି ହାତୀଟି ଦଲକୀ ଗ୍ରାମର ପାଖ ଜଙ୍ଗଲରେ ଛପି ରହିଯାଇଥିଲା । ପରେ ଆଉ ଦୁଇ ହାତୀ ଆସି ସୁକିନ୍ଦାଗଡ଼ରେ ପହଁଚି ବହୁ ଉପଦ୍ରଵ କରିଥିବା ଦେଖିବାକୁ ମିଳିଥିଲା l ସୁକିନ୍ଦା ଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ଗେଟ ଭାଙ୍ଗିଦେଇଥିଲେ ତ ସୁକିନ୍ଦା ହନୁମାନ ଛକରେ ଥିବା ଫଳ ଦୋକାନରେ ପଶି ଯାଇଥିଲେ ପୁଣି ପାଖ ବିଲରେ ପଶି ଧାନ ଖାଇଥିବାର ଦେଖିବାକୁ ମିଳିଥିଲା l ତିନି ଟିକିଆ ହାତୀର ଉପଦ୍ରପ ଦେଖି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି l ଘଟଣା ସ୍ଥଳରେ ସୁକିନ୍ଦା ବନବିଭାଗ କର୍ମଚାରୀ, ଟମକା, ଡ଼ୁବୁରୀ, ରାସଳ ବନବିଭାଗର କର୍ମଚାରୀ ଉପସ୍ଥିତ ରହି ହାତୀକୁ ଜଙ୍ଗଲକୁ ପଠେବାକୁ ଚେଷ୍ଟା ଜାରିରଖୀଛନ୍ତି l କିନ୍ତୁ ଲଗାଣ ବର୍ଷା ବାଧକ ସାଜିଛି ହାତୀ ଆତଙ୍କ ସାଙ୍ଗ କୁ ବର୍ଷା ଜନ ଜୀବନ କୁ ହସ୍ତ ବ୍ୟସ୍ତ କରି ଦେଉଛି ହାତୀ ଘୋଢ଼ାଇବା ରେ ବନ ବିଭାଗ ର ଚିନ୍ତା ର କାରଣ ହୋଇଛି l










