27.1 C
Bhubaneswar
Wednesday, February 4, 2026
Homeଓଡିଶାନୀଳଗିରିରେ ହାତୀ ଆତଙ୍କ

ନୀଳଗିରିରେ ହାତୀ ଆତଙ୍କ

ବାଲେଶ୍ୱର: ବାଲେଶ୍ୱର ନୀଳଗିରିରେ ହାତୀ ଆତଙ୍କ। ଗୋପାଳପୁର  ଜଙ୍ଗଲରେ  ୫୫ ଟିକିଆ ଝାଡଖଣ୍ଡୀ ହାତୀ  ପଲ ଉପଦ୍ରବ  କରୁଛନ୍ତି । ଅମଳ ସମୟ ହୋଇଥିବାରୁ ପାଚିଲା ଧାନଗୁଡିକୁ ଦଳିଚକଟି ନଷ୍ଟ କରୁଛନ୍ତି ହାତୀ । ତିନିଦିନ ହେବ ହାତୀ ଗୁଡିକ ଗୋପାଳପୁର, ସାତରାଣ୍ଡ, ହାତୀମୁଣ୍ଡା ଓ  ନରଣପୁର ପାଗଡା  ପଦା  ଜଙ୍ଗଲ ଓ ଗାଁ  ନିକଟ ବିଲରେ ପଇଁତରା  ମାରୁଥିଲେ । ହେଲେ ଆଜି  ପାଇଲଟ ହାତୀଟି ଚନ୍ଦ୍ରପୁର ବିଲରେ  ଧାନ ଖାଉଥିବାର ଦେଖିବାକୁ ମିଳିଥିଲା । ସେପଟେ ଗତକାଲି  ମୟୁରଭଞ୍ଜ  ଜିଲ୍ଲା  ରରୁଆଁ ଅଂଚଳରେ ହାତୀ ଉପଦ୍ରବ ଦେଖିବାକୁ ମିଳିଥିଲା। ସୂଚନା ଅନୁଯାୟୀ, ରରୁଆଁ ବ୍ଲକ ଅନ୍ତର୍ଗତ ଅଙ୍ଗାରପଦା ଗ୍ରାମପଞ୍ଚାୟତର  ବାଉଁଶପପାଳ ଗ୍ରାମର ଅଭିମନ୍ୟୁ ମହାନ୍ତଙ୍କ ସମେତ  ବହୁ ଚାଷୀଙ୍କ ଧାନ ଫସଲ ସହିତ ବିଭିନ୍ନ ପନିପରିବା ଚାଷ  ୩୦ ଟିକିଆ  ହାତୀପଲ  ଫସଲ ଖାଇବା  ସହିତ ଦଳିଚକଟି ନଷ୍ଟ କରିଦେଇଛନ୍ତି । ହାତୀ ନଷ୍ଟ କରିବା ଫସଲ  ଲକ୍ଷାଧିକ ଟଙ୍କାର  ମୂଲ୍ୟ ବୋଲି ଆକଳନ କରିଛନ୍ତି। ଏନେଇ ବନବିଭାଗକୁ ଖବର ଦେଇଥିଲେ ମଧ୍ୟ କେହି ଘଟଣାସ୍ଥଳକୁ ଯାଇ ତଦନ୍ତ କରିନଥିବା ଅଭିଯୋଗ ହୋଇଥିଲା ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking