18.1 C
Bhubaneswar
Monday, January 12, 2026
Homeଓଡିଶାକରଞ୍ଜିଆ ଉପଖଣ୍ଡରେ ହାତୀ ଆତଙ୍କ

କରଞ୍ଜିଆ ଉପଖଣ୍ଡରେ ହାତୀ ଆତଙ୍କ

ମୟୂରଭଞ୍ଜ: ପଶି ଆସିଲେ ଝାଡ଼ଖଣ୍ଡି ହାତୀପଲ। ଆରମ୍ଭ କଲେ ତାଣ୍ଡବ ଗଡାଇଲେ ମୁଣ୍ଡ। ଚାଷୀ ଚିନ୍ତାରେ ଅମଳ ଯୋଗ୍ୟ ଫସଲ ଖାଇବା ସହ ନଷ୍ଟ କରି ମଜଗୁଲ ହାତୀପଲ। ତେବେ କିଛିଦିନ ହେଲାଣି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡ ଅଞ୍ଚଳରେ ପୁଣି ହାତୀପଲ ଆତଙ୍କ ଦେଖାଦେଇଛି। କରଞ୍ଜିଆ ଖଣ୍ଡର ବିଭିନ୍ନ ସ୍ଥାନରେ ଏବେ ପ୍ରାୟ ୫୧ ହାତୀ ଚଳପ୍ରଚଳ କରୁଥିବା ବନବିଭାଗ ସୂଚନା ଦେଇଛି। ଝାଡ଼ଖଣ୍ଡରୁ ଆସିଥିବା ଏହି ହାତୀପଲ ବନବିଭାଗକୁ ଚିନ୍ତାରେ ପକାଇବା ସହ ଆଖିରୁ ନିଦ ହଜାଇଦେଇଛି। ହାତୀଙ୍କ ଗତିବିଧି ଯୋଗୁଁ ୧୦୦ ରୁ ଅଧିକ ଗାଁରେ ଆତଙ୍କ ଲାଗି ରହିଛି । ରରୁଆଁ ବ୍ଲକ ଅନ୍ତର୍ଗତ ଜବାସାହିରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କିତ ଅବସ୍ଥା ଲାଗିରହିଛି।ମୃତ ବ୍ୟକ୍ତି ଝାଡ଼ଖଣ୍ଡ ଅଞ୍ଚଳର ବୋଲି ଜଣାପଡ଼ିଛି। ଜବାସାହି ଅଞ୍ଚଳରେ ବର୍ତ୍ତମାନ ୨୪ ଟି ଝାଡ଼ଖଣ୍ଡୀ ହାତୀ ଥିବା ସୂଚନା ମିଳିଛି। ରାତିରେ ହାତୀ ଆତଙ୍କ ଯୋଗୁଁ ଗାଁ ଲୋକେ ଭୟରେ ଘରେ ଶୋଇ ପାରୁନାହାନ୍ତି ବୋଲି ଜଣାପଡିଛି। ସେମାନେ ଘର ସମ୍ମୁଖରେ ନିଆଁ ଜାଳି ସାରାରାତି ଜଗି ସାବଧାନ ରହୁଛନ୍ତି। ବନବିଭାଗ ପକ୍ଷରୁ ହାତୀପଲକୁ ଜଙ୍ଗଲ ଅଭିମୁଖେ ଘଉଡାଇବା ପାଇଁ ଚେଷ୍ଟା କରୁଥିବା ବେଳେ ସ୍ଥାନୀୟ ଲୋକମାନେ ପ୍ରଶାସନକୁ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking