17.1 C
Bhubaneswar
Friday, February 6, 2026
Homeଓଡିଶାଆଖି ବୁଜିଲା ଦନ୍ତା ‘ରାମୁ’

ଆଖି ବୁଜିଲା ଦନ୍ତା ‘ରାମୁ’

ଭୁବନେଶ୍ୱର:  ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ଭରତପୁର ସଂରକ୍ଷିତ ଜଙ୍ଗଲରେ ବହୁ ଚର୍ଚ୍ଚିତ ଦନ୍ତା ହାତୀ ‘ରାମୁ’ର ମୃତ୍ୟୁ ଘଟିଛି । ଚୁନୁକୂଳି ବସ୍ତି ନିକଟ ଚନ୍ଦକା ଜଙ୍ଗଲରୁ ହାତୀଟିର ମୃତଦେହକୁ ଉଦ୍ଧାର କରାଯାଇଛି । ତେବେ ରାମୁର ମୃତ୍ୟୁ କେମିତି ହେଲା ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ଚନ୍ଦକା ଡିଏଫଓ ଶରତ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି ।
ଅନ୍ୟପଟେ ବିଦ୍ୟୁତ୍ ଆଘାତରେ ରାମୁର ମୃତ୍ୟୁହୋଇଥିବା ସନ୍ଦେହ କରାଯାଉଛି । ଉଲ୍ଲେଖଯୋଗ୍ୟ ଚନ୍ଦକା ଅଭୟାରଣ୍ୟ ସମେତ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ସବୁଠାରୁ ଚର୍ଚ୍ଚାରେ ରହିଥିଲା ରାମୁ । କାରଣ ଜଙ୍ଗଲ ବାଦ୍ ସହରରେ ବି ରାଜ୍ କରୁଥିଲା ରାମୁ । ବିଭିନ୍ନ ସମୟରେ ରାଜଧାନୀ ଭିତରକୁ ପଶିଆସି ଆତଙ୍କ ଖେଳାଉଥିଲା ରାମୁ । ସହରରେ ପଶି ରାସ୍ତାରେ ବୁଲିବା ସହ ଲୋକଙ୍କ ଘର ମଧ୍ୟ ଭାଙ୍ଗୁଥିଲା । ଗତ କିଛିଦିନ ତଳେ ରାମୁ ଚନ୍ଦକା ବାଡ ଭାଙ୍ଗି ସହର ମୁହାଁ ହୋଇଥିଲା । ଭୁବନେଶ୍ୱର ମୈତ୍ରୀ ବିହାର ଅଞ୍ଚଳରେ ହାତୀଟି ବୁଲୁଥିବା ଦେଖି ସ୍ଥାନୀୟ ଲୋକ ଭୟଭୀତ ହୋଇପଡିଥିଲେ । ପରେ ବନ ବିଭାଗ ଦନ୍ତା ରାମୁକୁ ଚନ୍ଦକା ଜଙ୍ଗଲରେ ଛାଡ଼ିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking