ମୟୁରଭଞ୍ଜ: ହାତୀପଲ ଉତ୍ପାତ କରୁଥିବାବେଳେ ସ୍ଥାନୀୟ ଲୋକ ଭୟଭୀତ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ମୟୁରଭଞ୍ଜ ଜିଲ୍ଲା ଦୁଧିଆଣି ରେଞ୍ଜ ଅନ୍ତର୍ଗତ ମତା, ଦରି, ପୁରୁଣା ଦେଓଗାଁ ଅଞ୍ଚଳରେ ୬ଟି ଘର ଭାଙ୍ଗିବା ସହିତ ବ୍ୟାପକ କ୍ଷୟକ୍ଷତି କରିଛନ୍ତି ହାତୀପଲ । ଏକର ଏକର ଚାଷ ଜମିରେ ଫସଲ ନଷ୍ଟ କରୁଥିବା ବେଳେ ୫୦ ରୁ ଉର୍ଦ୍ଧ୍ବ ଗାଁରେ ଲାଗି ରହିଛି ହାତୀ ଆତଙ୍କ । ଦିନବେଳା ଜଙ୍ଗଲରେ ରହୁଥିବା ବେଳେ ସନ୍ଧ୍ୟା ହେଲେ ଗାଁ ଅଭିମୁଖେ ଆସି ବ୍ୟାପକ କ୍ଷୟକ୍ଷତି କରୁଛନ୍ତି । ଅନ୍ୟପଟେ ହାତୀଙ୍କ ଗତିବିଧିକୁ ନଜରରେ ରଖି ଘଣ୍ଟା ଘଣ୍ଟା ବିଦ୍ୟୁତକାଟ ଯୋଗୁଁ ଲୋକଙ୍କ ଭିତରେ ଆକ୍ରୋଶ ବଢୁଛି । ଏପଟେ ହାତୀ ପଲକୁ ସୁରକ୍ଷା ଦେବା ପାଇଁ ବନ ବିଭାଗ କର୍ମଚାରୀ ମୁତୟନ ହେଇଛନ୍ତି ।










