ବାଲେଶ୍ୱର: ଗୁରୁବାର ରାତିରୁ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଖବର ପାଇ ବନ ବିଭାଗ ମଧ୍ୟ ହାତୀର ଗତିବିଧି ଉପରେ ନଜର ରଖିଛି । ଏଥିପାଇଁ ହାତୀ ପାଖକୁ ନଯିବା ପାଇଁ ଡାକବାଜି ଯନ୍ତ୍ରରେ ପ୍ରଚାର କରାଯାଇଛି । ଅନ୍ୟପଟେ ସ୍କୁଲ ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗୋଷ୍ଠୀ ଶିକ୍ଷା ଅଧିକାରୀ ନାରାୟଣ ଦାଶ ମହତିପୁର ଏବଂ ଶୁଣ୍ଢୀରା ପଞ୍ଚାୟତର ସମସ୍ତ ବିଦ୍ୟାଳୟକୁ ବନ୍ଦ ଘୋଷଣା କରିଛନ୍ତି । ସେହିଭଳି ଶୁଣ୍ଢୀରା ଗ୍ରାମର ସୁରେନ୍ଦ୍ର ଦାସଙ୍କ ହାତୀ ଆକ୍ରମଣରେ ମୃତ୍ୟୁକୁ ନେଇ ଅସନ୍ତୋଷ ଗ୍ରାମବାସୀ ବନ ବଇଭାଗ ଅବହେଳାକୁ ଦାୟୀ କରିଛନ୍ତି ।










