22.1 C
Bhubaneswar
Thursday, December 25, 2025
Homeଓଡିଶାଗାଁରେ ହାତୀ ଉପଦ୍ରବ : ୨ ମୃତ

ଗାଁରେ ହାତୀ ଉପଦ୍ରବ : ୨ ମୃତ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ବରସୁଆଁ ରେଂଜ ବାଲିଝୁଡ଼ି ଗାଁରେ ଘଟିଛି ଅଭାବନୀୟ ଘଟଣା । ୪ ଛୁଆଙ୍କ ସହ ମାଆ ଶୋଇଥିଲା ବେଳେ ଘର ଭାଙ୍ଗିଲା ହାତୀ। କାନ୍ଥ ପଡ଼ି ୪ ମାସର ଗର୍ଭବତୀ ମାଆ ଓ ୮ ବର୍ଷର ପୁଅ ମୃତ। ଆଉ ୩ ଝିଅ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି l ମୃତକ ହେଲେ ମାଆ ସୁକାନ୍ତି ଭତ୍ତା ଓ ୮ ବର୍ଷର ପୁଅ ସୁଖନାଥ ଭତ୍ତା।ସୂଚନା ଅନୁସାରେ, ଗତକଲି ରାତିରେ ସୁକାନ୍ତି ତାଙ୍କ ପିଲାମାନଙ୍କ ସହ ଘରେ ଶୋଇଥିଲେ। ଏହି ସମୟରେ ହାତୀ ପଲ ଘରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ l ହାତୀଙ୍କ ଉପଦ୍ରବ ବେଳେ ଏକ ମାଟି କାନ୍ଥ ସୁକାନ୍ତି ତାଙ୍କ ଚାରି ସନ୍ତାନ ଉପରେ ପଡ଼ିଥିଲା । ପାଟି ଶୁଣି ସୁକାନ୍ତିଙ୍କ ଘରେ ପହଞ୍ଚିଥିଲେ ଗ୍ରାମବାସୀ l ୫ ଜଣଙ୍କୁ ସଂଗେ ସଂଗେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଡାକ୍ତର ମା ସୁକାନ୍ତି ଓ ତାଙ୍କ ପୁଅକୁ ମୃତ ଘୋଷଣା କରିଥିଲେ l ତେବେ ସୁକାନ୍ତିଙ୍କ ଅନ୍ୟ ୩ ଝିଅ ଏବେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking