14.1 C
Bhubaneswar
Wednesday, January 14, 2026
Homeଓଡିଶାଗାଁ ଭିତରେ ହାତୀପଲ: ବ୍ୟାପକ କ୍ଷୟକ୍ଷତି

ଗାଁ ଭିତରେ ହାତୀପଲ: ବ୍ୟାପକ କ୍ଷୟକ୍ଷତି

ମୟୂରଭଞ୍ଜ:  ମୟୂରଭଞ୍ଜ ଜିଲ୍ଲା ମୋରଡା ନିର୍ବାଚନମଣ୍ଡଳୀ ଅଧୀନ ମୋରଡା, ରାସଗୋବିନ୍ଦପୁର ଓ଼ ଶୁଳିଆପଦା ବ୍ଲକରେ ବର୍ଷ ତମାମ ହାତୀ ଉପଦ୍ରବ ଲାଗି ରହିଥିବାରୁ ବହୁ ଧନଜୀବନ ସହିତ ବ୍ୟାପକ ଋତୁ ଭିତ୍ତିକ ଫସଲ କ୍ଷତିଗ୍ରସ୍ତ ହେଉଛି l ତେବେ ଉକ୍ତ ନିର୍ବାଚନମଣ୍ଡଳୀ ଅଧୀନ ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରେ ଆଜି ୭୦ ଟିକିଆ ହାତୀପଲ ପ୍ରବେଶ କରିଥିବା ଦେଖିବାକୁ ମିଳିଛି l ରାସଗୋବିନ୍ଦପୁର ରେଞ୍ଜର ଗାଁଅମର୍ଦା ସଂରକ୍ଷିତ ଜଙ୍ଗଲରୁ ବାହାରି ୭୦ଟି ହାତୀ ମୋରଡା ବ୍ଲକର ବିଭିନ୍ନ ଗାଁ ହୋଇ ଆସି ବ୍ୟାପକ ପନିପରିବା ସହିତ ଧାନ ଚାଷ ନଷ୍ଟ କରୁଥିବା ଦେଖିବାକୁ ମିଳିଛି । ତେବେ ଆଜି ସକାଳ ପ୍ରାୟ ସାଢେ଼ ୫ ଟା ସମୟରେ ମାଳିହତା – ମୋରଡା ମୁଖ୍ୟରାସ୍ତା ହାତୀପଲ ପାରି ହେଉଥିବାର ଦୃଶ୍ୟ ଦେଖିବାକୁ ଲୋକଙ୍କର ଭିଡ଼ ପରିଲକ୍ଷିତ ହୋଇଥିଲା । ଅପରପକ୍ଷରେ ହାତୀପଲକୁନେଇ ଜଙ୍ଗଲ ପାର୍ଶ୍ଵବର୍ତ୍ତୀ ଗ୍ରାମବାସୀମାନେ ଭୟଭୀତ ଅବସ୍ଥାରେ ଥିବା ଜଣାପଡିଛି । ତେବେ ରାସଗୋବିନ୍ଦପୁର ରେଞ୍ଜର ଘନଶ୍ୟାମ ସିଂଙ୍କ ନିର୍ଦ୍ଦେଶରେ ହାତୀ ଘଉଡାଇବା ପାଇଁ ନିୟୋଜିତ ସମସ୍ତ କର୍ମଚାରୀ ହାତୀପଲ ଉପରେ କଡ଼ା ନଜର ରଖି ପଛରେ ପଛରେ ଯାଉଥିବା ଜଣାପଡିଛି । ଶେଷ ଖବର ସୁଦ୍ଧା ସମସ୍ତ ହାତୀ ମୋରଡା ବ୍ଲକର ବଳଦିଆ ଜଙ୍ଗଲରେ ଥିବା ଜଣାପଡିଛି । ମାତ୍ର ରେଞ୍ଜର ଘନଶ୍ୟାମ ସିଂଙ୍କ ନେତୃତ୍ୱରେ ବିଭାଗୀୟ କର୍ମଚାରୀମାନେ ନେଇଥିବା ସତର୍କତାମୂଳକ ପଦକ୍ଷେପ ନେଇଥିବାରୁ ସାମାନ୍ୟ କ୍ଷତି ସମ୍ପର୍କିତ ଖବର ସାମ୍ନାକୁ ଆସିଥିଲା ବେଳେ ଅନେକ ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ସମ୍ଭବ ହୋଇଥିବାରୁ ଅଞ୍ଚଳରେ ରେଞ୍ଜର ଘନଶ୍ୟାମଙ୍କ ପ୍ରଶଂସା ହେଉଥିବା ଦେଖିବାକୁ ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking