17.1 C
Bhubaneswar
Friday, February 13, 2026
Homeଓଡିଶାବିଦ୍ୟୁତ୍ ଆଘାତରେ ଦନ୍ତା ମୃତ

ବିଦ୍ୟୁତ୍ ଆଘାତରେ ଦନ୍ତା ମୃତ

ଦେବଗଡ: ଥମୁନି ହାତୀ ମୃତ୍ୟୁ। ହାତୀ ମଣିଷ ଲଢେଇ ମଧ୍ୟରେ କେତେବେଳେ ହାତୀର ଜୀବନ ଯାଉଛି ତ ଆଉ କେତେବେଳେ ମଣିଷ ତାର ବହୁମୂଲ୍ୟ ଜୀବନ ହରାଉଛି। ଆଜି ଦେବଗଡ ଜିଲ୍ଲା ରିଆମାଳ ରେଞ୍ଜ କୁଣ୍ଢେଇଗୋଳା ସେକ୍ସନ୍ ଗରିଆପାଲି ଗାଁରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ଗାଁ ରାସ୍ତାରୁ ହାତୀର ମୃତଦେହ ଠାବ ହୋଇଛି।

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତୀଟିର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବିଳମ୍ବିତ ରାତି ଦନ୍ତାହାତୀ ପ୍ରାଣ ହରାଇଥିବା ଜଣାପଡିଛି। ଆଜି ସକାଳୁ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀ ଦେହରେ ଲାଗିଥିବା ବିଦ୍ୟୁତ ତାର ହଟାଇଛନ୍ତି। ବରହା ଶିକାର ପାଇଁ କିଛି ଦୁର୍ବୃତ୍ତ ବେଆଇନ ଭାବେ ବିଦ୍ୟୁତ ତାର ବିଛାଇଥିଲେ। ବନବିଭାଗର ଅବହେଳା ଯୋଗୁଁ ଉକ୍ତ ତାରରେ ଲାଗି ଦନ୍ତାହାତୀଟି ପ୍ରାଣ ହରାଇଥିବା ଜଣାପଡିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking