ବାଲିଗୁଡା: ବେଲଘର ହାତୀ ମୃତ୍ୟୁ ଓ କାଟିବା ଘଟଣାରେ ଆରସିସିଏଫଙ୍କ ସୂଚନା । ହାତୀକୁ ୩୨ ଖଣ୍ଡ କଟାଯାଇଥିବା ନେଇ କହିଛନ୍ତି ବ୍ରହ୍ମପୁର ଆରସିସିଏଫ । ସେ ଆହୁରି କହିଛନ୍ତି ଯେ ନିଲମ୍ବିତ ଡେପୁଟି ରେଞ୍ଜର ହାତୀକୁ କାଟିବା ଯୋଜନା କରିଥିଲେ । ବିଦ୍ୟୁତ ଆଘାତରେ ହାତୀର ମୃତ୍ୟୁ ଘଟିଥିଲା । ବିଭାଗ ଆକ୍ସନ ନେବା ଭୟରେ ଏଭଳି କାଣ୍ଡ ଭିଆଇ ଥିଲେ ଡେପୁଟି ରେଞ୍ଜର । ହାତୀକୁ କାଟିବାରେ ସାମିଲ ୮ ଜଣ ସ୍କ୍ୱାଡ୍ଙ୍କୁ ୩୫୩ରେ ନୋଟିସ୍ ହୋଇଛି । ନିଲମ୍ବିତ ଡେପୁଟି ରେଞ୍ଜର ବିନୟ ବିଶି ଫେରାର ଅଛନ୍ତି । ଡ୍ରାଇଭର ହୃଷିକେଶ ପଣ୍ଡାଙ୍କୁ କୋର୍ଟ ଚାଲାଣ ସହ ୩ ଗାଡି ଜବତ କରାଯାଇଛି ।










