17.1 C
Bhubaneswar
Monday, February 2, 2026
Homeଓଡିଶାକାଦୁଅରୁ ହାତୀର ମୃତଦେହ ଉଦ୍ଧାର

କାଦୁଅରୁ ହାତୀର ମୃତଦେହ ଉଦ୍ଧାର

ମୟୂରଭଞ୍ଜ: ମୟୂରଭଞ୍ଜ ମୋରଡ଼ା ବ୍ଲକ୍‌ ଦୁର୍ଗାପୁର ସଂରକ୍ଷିତ ଜଙ୍ଗଲ ପାଖରୁ ଆଜି ଏକ ବିରାଟ ଦନ୍ତାହାତୀର ମୃତଦେହ ମିଳିଛି। ପାରିପାର୍ଶ୍ବିକ ସ୍ଥିତିରୁ ହାତୀ-ହାତୀ ଲଢ଼େଇରେ ଦନ୍ତା ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି। ସୂଚନାଯୋଗ୍ୟ, ଭାଲିଆଡ଼ିହା ପଞ୍ଚାୟତ ସୁନାହଜା ନିକଟ ଦୁର୍ଗାପୁର ଜଙ୍ଗଲରେ ଗତ ୩ ଦିନ ହେଲା ୧୧ଟି ହାତୀ ରହିବା ସହ ଆଖପାଖ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରୁଥିଲେ। ବନ ସୁରକ୍ଷା ସମିତି ସଭାପତି ମହେଶ୍ୱର ମହାନ୍ତ ତାଙ୍କ ବିଲକୁ ପାଣି ଛାଡ଼ିବାକୁ ଯାଇଥିବା ବେଳେ ସେଠାରେ ପଙ୍କ କାଦୁଅରେ ହାତୀଟି ପଡ଼ିରହିଥିବା ଦେଖିବାକୁ ପାଇଥିଲେ। ପାଖକୁ ଯାଇ ଯାଞ୍ଚ କରିବାରୁ ହାତୀଟିର ମୃତ୍ୟୁ ହୋଇ ସାରିଥିଲା। ହାତୀର ଶୁଣ୍ଢ କାଦୁଅ ଭିତରେ ପଶିଯାଇଥିବା ବେଳେ ପାଟିରୁ ରକ୍ତ ବାହାରୁଥିବା ଦେଖିବାକୁ ମିଳିଥିଲା। ଖବର ପାଇ ଏସସିଏଫ୍‌ ରବିନାରାୟଣ ମହାନ୍ତି, ବେତନଟୀ ରେଞ୍ଜର ମନୱାର ଖାଁ, ଫରେଷ୍ଟର ପ୍ରଶାନ୍ତ କୁମାର ସିଂସାମନ୍ତ, ଦୀପକ କୁମାର ପାତ୍ର, ଫରେଷ୍ଟ ଗାର୍ଡ ବିଜୟ ମହାନ୍ତ ପ୍ରମୁଖ ପହଞ୍ଚି ଘଟଣାର ତଦନ୍ତ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking