ନୟାଗଡ: ରଣପୁରରେ ହାତୀ ରାସ୍ତା ଅବରୋଧ କରିବା ଯୋଗୁଁ ଯାତାୟତ ଠପ୍। ରଣପୁର ବନାଞ୍ଚଳ ରେଞ୍ଜର ନାକିଥାନା ଏବଂ ଜଙ୍କିଆ ରାସ୍ତାରେ ହାତୀ ଦେଖାଦେବାରୁ ବନ ବିଭାଗ କର୍ମଚାରୀମାନେ ଯାତାୟାତ ବନ୍ଦ କରିଦେଇଥିଲେ। ସୂଚନା ଅନୁଯାୟୀ, ରଣପୁର ରେଞ୍ଜ ଅନ୍ତର୍ଗତ ଗ୍ରାମଗୁଡ଼ିକରେ ଏକ ଦାନ୍ତ ହାତୀ ନଷ୍ଟ କରିବା ସହିତ କ୍ଷେତ ନଷ୍ଟ କରୁଛି। ହାତୀର ଗତିବିଧି ଉପରେ ନଜର ରଖିବା ପାଇଁ ବନ ବିଭାଗ ସେହି ଅଞ୍ଚଳରେ କ୍ୟାମେରା ଲଗାଇଥିଲା। ରବିବାର ସକାଳେ, ବନ ବିଭାଗ ନକିଥାନା ଜଙ୍କିଆ ରାସ୍ତାରେ ହାତୀଟିକୁ ଦେଖି ସୁରକ୍ଷା ଦୃଷ୍ଟିରୁ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ କରିଥିଲା। ବନ ବିଭାଗର କର୍ମଚାରୀମାନେ ହାତୀଟିକୁ ଜଙ୍ଗଲ ଭିତରକୁ ଘଉଡ଼ାଇବାକୁ ଏବଂ ରାସ୍ତା ସଫା କରିବାକୁ ଚେଷ୍ଟା କରୁଛନ୍ତି।










