ସମ୍ବଲପୁର: ସମ୍ବଲପୁର ରେ ଘଟିଛି ଏକ ଅଭାବନୀୟ ଘଟଣା । ବିଲରେ ଯୁବକଙ୍କୁ ଦଳି ମାରିଲା ହାତୀ। ଏମିତି ଘଟଣା ଦେଖିବାକୁ ମିଳିଛି ହାତିବାରୀ ଟେଙ୍ଗୁପଡାରେ। ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି । ତେବେ ସୂଚନା ମୁତାବକ ରାତିରେ ବିଲ ଜଗିଥିବା ବେଳେ ହାତୀ ଆକ୍ରମଣର ଶିକାର ହେଇଥିଲେ ଯୁବକ ଜଣଙ୍କ । ହାତୀ ଆକ୍ରମଣ ପରେ ଯୁବକଙ୍କର ମୃତ୍ୟୁ ଘଟିଥିବା ନେଇ ସୂଚନା ରହିଛି ।