କଟକ: ବାଙ୍କୀରେ ହାତୀ ଉତ୍ପାତ । ପାଚେରୀ ଭାଙ୍ଗି ଫସଲ ନଷ୍ଟ କରି ଲୋକେ ଆତଙ୍କିତରେ ଅଛନ୍ତି । ଭଗିପୁର ନିକଟରେ ରହିଥିବା ସୂଚନା ମିଳିଛି । ଫଳରେ ଭଗିପୁର ଏବଂ କୂଅମଡ଼ା ଅଞ୍ଚଳରେ ଲୋକେ ଭୟଭିତ ଅବସ୍ଥାରେ ରହିଛନ୍ତି । ସୂଚନା ଅନୁସାରେ ଆଠଗଡ ସୁକାସନ ଜଙ୍ଗଲରୁ ଦୁଇଟି ହାତୀ ମହାନଦୀ ପାରହୋଇ ଚନ୍ଦକା ଅଭୟାରଣ୍ୟକୁ ଆସୁଥିଲେ । ହେଲେ ମହାନଦୀର ପ୍ରଖର ସ୍ରୋତ ଦେଖି ପୁଣି ଆଠଗଡ ସୁକାସନ ଜଙ୍ଗଲକୁ ଗୋଟିଏ ହାତୀ ଫେରି ଯାଇଥିବା ବେଳେ ଆଉ ଗୋଟିଏ ହାତୀ ଦୀର୍ଘଘଣ୍ଟା ଘରି ମହାନଦୀରେ ଫସି ରହିଥିଲା । ବିଳମ୍ବିତ ରାତିରେ ସେ କୂଳକୁ ଆସି ବଗିପୁର ନିକଟରେ ଆତଙ୍କ ଖେଳାଇବା ସହ ଚାଷ ଜମିରେ ପସି ଫସଲ ନଷ୍ଟ କରିବା ସହ ପାଚେରୀ ଭାଙ୍ଗିଥିବା ଦେଖିବାକୁ ମିଳିଛି । ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ହାତୀଟିକୁ ଘଉଡାଇ ଥିବା ସୂଚନା ମିଳିଛି ।










