24.1 C
Bhubaneswar
Tuesday, February 10, 2026
Homeଓଡିଶାହାତୀ ପାଦ ତଳେ ଚାଲିଗଲା ଜୀବନ

ହାତୀ ପାଦ ତଳେ ଚାଲିଗଲା ଜୀବନ

ବଣାଇ : ଶୌଚ ହେବାକୁ ଯାଇଥିବାବେଳେ ହାତୀ ଆକ୍ରମଣରେ ଯୁବକ ମୃତ ।ସୁନ୍ଦରଗଡ଼ ଜିଲ୍ଲା ବଣାଇ ବନଖଣ୍ଡ ତାମଡା ରେଞ୍ଜ ଅଧୀନସ୍ଥ ଜାମୁଦର ଗ୍ରାମର କୁଦୁରାଇ ମୁଣ୍ଡାରି (୫୦) ବର୍ଷ ଶୌଚ ହେବା ପାଇଁ ନିକଟସ୍ଥ ଜଙ୍ଗଲକୁ ଯାଇଥିବା ବେଳେ ହଠାତ୍‌ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ ଏବଂ ସେ ଦୌଡ଼ି ପଳାଇବାକୁ ଚେଷ୍ଟା କରି ବିଫଳ ହେବା ପରେ ତାଙ୍କୁ ପାଦରେ ଦଳି ଦେଇଥିଲା ହାତୀ। ପରିଣାମ ସ୍ବରୂପ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଖବର ପାଇ ବନାଞ୍ଚଳ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ମୃତକ ଜଣେ ଅବିବାହିତ ବୃଦ୍ଧ ଥିବା ଏବଂ ତାଙ୍କ ସମ୍ପର୍କୀୟଙ୍କୁ ମୃତ୍ୟୁ ପାଇଁ ୬ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ମିଳିବ ବୋଲି ସହକାରୀ ବନ ସଂରକ୍ଷକ ସମୀର ତିର୍କୀ ପ୍ରକାଶ କରିଛନ୍ତି। ଏବେ ତୁରନ୍ତ ତାଙ୍କ ପରିବାରକୁ ଅନୁକମ୍ପା ରାଶିର ୨୦ ପ୍ରତିଶତ ଅର୍ଥାତ ୬୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ପରେ ପରିବାରବର୍ଗଙ୍କୁ ମୃତଦେହ ହସ୍ତାନ୍ତର ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking