21.1 C
Bhubaneswar
Thursday, February 5, 2026
Homeଓଡିଶାଦନ୍ତା ଆକ୍ରମଣରେ ଦମ୍ପତି ମୃତ

ଦନ୍ତା ଆକ୍ରମଣରେ ଦମ୍ପତି ମୃତ

ପଦ୍ମପୁର : ପଦ୍ମପୁର ପାଇକମାଳ ଧାନ୍ଦୁପାଲି ଗାଁରେ ହାତୀ ଆତଙ୍କ ଦେଖିବାକୁ ମିଳିଛି। ଦନ୍ତା ହାତୀ ଆକ୍ରମଣରେ ଦମ୍ପତିଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ସ୍ଵାମୀ ଏବଂ ସ୍ତ୍ରୀ ଦୁଇ ଜଣ ଗତକାଲି ରାତିରେ ଫସଲ ଜଗିଥିବାବେଳେ ଦନ୍ତା ଆକ୍ରମଣର ଶିକାର ହୋଇଥିଲେ। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ପରିଚୟ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ। ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀଙ୍କ ଗତିବିଧି ଉପରେ ନଜର ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking