କେନ୍ଦୁଝର: ହାତୀ ପାଇଁ ରାତି ଅନିଦ୍ରା ହେଉଛନ୍ତି ଲୋକେ । ଦିନେ କି ଦୁଇ ଦିନ ନୁହେଁ କେନ୍ଦୁଝର ଜିଲ୍ଲା ସଦର ରେଞ୍ଜର ୫ଟି ଗାଁରେ ୩୨ ଟିକିଆ ହାତୀ ପଲ ଆତଙ୍କ ଖେଳାଇ ଦେଇଛନ୍ତି । ବନ ବିଭାଗ ପକ୍ଷରୁ ହାତୀ ଘଉଡ଼ାଇବାକୁ ଆପ୍ରାଣ ଉଦ୍ୟମ ଜାରି ରହିଥିଲେ ମଧ୍ୟ ସୁଫଳ ମିଳୁନି । କେନ୍ଦୁଝର ଜିଲ୍ଲା ସଦର ରେଞ୍ଜର ଦେଓ ବନ୍ଧ ଗାଁରେ ହାତୀ ଉପଦ୍ରବ । ୫ ଦିନ ଧରି ଗାଁରେ ୩୨ ଟିକିଆ ହାତୀପଲ ଆତଙ୍କ ଖେଳାଇଛନ୍ତି । ବ୍ୟାପକ ଧାନ ଫସଲ ନଷ୍ଟ କରିବା ସହ ଘର ଭାଙ୍ଗୁଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଖେଳିଯାଇଛି ଭୟର ବାତାବରଣ ।କେବଳ ଦେଓବନ୍ଧ ଗାଁ ନୁହେଁ, ସଦର ରେଞ୍ଜର ୫ଟି ଗାଁରେ ଏହି ହାତୀ ପଲ ବୁଲୁଛନ୍ତି । ବନ ବିଭାଗ ଲୋକଙ୍କ ସହ ମିଶି ହାତୀପଲଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରୁଛି । ଏଥି ସହ ଚାଷୀକୁ ଏକର ପିଛା ୨୦ ହଜାର ଟଙ୍କା କ୍ଷତିପୂରଣ ଯୋଗାଇ ଦିଆଯାଉଥିବା କହିଛନ୍ତି ବନ ବିଭାଗ ଅଧିକାରୀ ।










