ଅନୁଗୁଳ: ଅନୁଗୁଳ ବନଖଣ୍ଡ ବଇଁତଳା ବନାଞ୍ଚଳ ତଳସିରା ନିକଟରେ ଦନ୍ତାହାତୀର ମୃତ୍ୟୁ ହୋଇଛି । ମୃତ ହାତୀର ବୟସ ୮ରୁ ୧୦ ବର୍ଷ ହେବା ଅନୁମାନ କରାଯାଉଛି । ସୂଚନା ମୁତାବକ ତଳସିରା ଗାଁର ଜଣେ ବ୍ୟକ୍ତି ନିଜ ଆମ୍ବ ବଗିଚା ଚାରିପାଖରେ ଫସଲକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ବିଦ୍ୟୁତ ତାର ସଂଯୋଗ କରିଥିଲେ । ସେହି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦନ୍ତାର ମୃତ୍ୟୁ ଘଟିଥିବା କୁହାଯାଉଛି । ବନବିଭାଗର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଜାରି ରଖିଥିବା ବେଳେ ବଗିଚା ମାଲିକଙ୍କୁ ଅଟକ ରଖି ପଚରା ଉଚରା କରାଯାଉଛି ।