ଯାଜପୁର: ଆଜି ଟାଟା ପାୱାର ପକ୍ଷରୁ କୋରାଇ ବ୍ଲକ ତଥା ଯାଜପୁର ଜିଲ୍ଲା ବିଭିନ୍ନ ବ୍ଲକ ମୁନିସିପାଲିଟି ଅଂଚଳ ରେ ବିଦ୍ୟୁତ ଉପଭୋକ୍ତା ମାନଙ୍କ ବୈଠକ ଜିଲ୍ଲା ଉପଭୋକ୍ତା କମିଟି ର ସଭା ପତି ବିଦ୍ୟା ଧର ମହାନ୍ତି ଙ୍କ ଅଧ୍ୟକ୍ଷତା ରେ ଯାଜପୁର ରୋଡ ରେ ଅନୁ ଷ୍ଟିତ ହୋଇ ଥିଲା l ଟାଟା ପାଉୱାର ସେବା ପରିବର୍ତ୍ତେ ଜିଜିଆ କର ଲଗାଉଛି ଉପଭୋକ୍ତା ମାନଙ୍କ ଉପରେ ଅନ୍ୟାୟ ଭାବ ରେ ଜୋରିମାନା, ବଳ ପ୍ରୟୋଗ ପୂର୍ବକ ସ୍ମାର୍ଟ ମିଟର ସଂଯୋଗ କରିବା କରୁଛି l ଉପଭୋକ୍ତା ଙ୍କ ଉପରେ ଅତିରିକ୍ତ ସୁରକ୍ଷା ଜମା ରାଶି ଦାଖଲ କରିବା ପାଇଁ ଉପୋଭୋକ୍ତା ଉପରେ ଚାପ ପକାଉଛି l ଟାଟା କମ୍ପାନୀ ର ଜୁଲମ ରେ ଲୋକେ ତ୍ରାଇ ତ୍ରାଇ ଡାକ ଛାଡୁ ଛନ୍ତି ଡବଲ ଇଞ୍ଜିନି ସରକାର କୁମ୍ବ ନିଦ୍ରା ରେ ଶୋଇଛି l ଏହାର ପ୍ରତି ବାଦ କରି ଵାକୁ ବିଦ୍ୟୁତ ଉପଭୋକ୍ତା କମିଟି ସଭାପତି ଶ୍ରୀ ମହାନ୍ତି ସୂଚନା ଦେଇ ଥିଲେ l ଟାଟା ପାୱାର ବିରୋଧ ରେ ଆନ୍ଦୋଳନ କରିବା ପାଇଁ ସମଗ୍ର ଜିଲ୍ଲା ରେ ଦୃବାର ଆନ୍ଦୋଳନ ପାଇଁ ବ୍ୟାପକ ପ୍ରସ୍ତୁତି ପାଇଁ ବୈଠକ ରେ ଆଲୋଚନା ହୋଇ ଥିଲା l ଟାଟା ପାୱାର ହଟାଅ ଓଡିଶା ବଞ୍ଚାଓ ନାରା ରେ ସମଗ୍ର ଜିଲ୍ଲା ରେ ଚହଳ ସୃଷ୍ଟି କରିବା ପାଇଁ ସ୍ଥିର କରା ଯାଇଛି ପୂର୍ବକ ସ୍ମାର୍ଟ ମିଟର ସଂଯୋଗ କରିବା ଓ ଅତିରିକ୍ତ ସୁରକ୍ଷା ଜମା ରାଶି ଦାଖଲ କରିବା ସହିତ ପୁର୍ବରୁ ଥିବା ଗରିବ ହିତାଧୀକାରୀଙ୍କ ନିମନ୍ତେ କୁଟୀର ଜ୍ୟୋତି, ସୌଭାଗ୍ୟ ଯୋଜନା ରେ ୫୦ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ଶୁଳ୍କ ମୁକ୍ତ ଯୋଜନା ରୁ ବାଦ୍ ଦେବା ଘଟଣା ସରକାର୍ ଙ୍କ ବାହାଦୂରୀ ପଣିଆ ପଦାରେ ପଡ଼ିଛି ବୋଲି ଆଲୋଚନା ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇ ଥିଲା l ଆଗାମୀ ଦିନ ରେ ଯାଜପୁର ଜିଲ୍ଲା ବିଦ୍ୟୁତ ଉପଭୋକ୍ତା କମିଟିପକ୍ଷରୁ ଟାଟା ପାଉୱାର ବିରୋଧ କରା ଯିବ ବୋଲି ସଭାପତି ବିଦ୍ୟାଧର ମହାନ୍ତି ଟାଟା କଂପାନୀ ଚରମ ବାଣୀ ଦେଇ ଛନ୍ତି l ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଶ୍ରମିକ ନେତା ନାରାୟଣ ଚନ୍ଦ୍ର ନାୟକ, ନିରଞ୍ଜନ ପରିଡା ବିଦ୍ୟୁତ୍ ଉପଭୋକ୍ତା କମିଟିର ପକ୍ଷରୁ ମନୋରଞ୍ଜନ ନାୟକ, ସେକ ଆତାରଉଦ୍ଧିନ୍ ଅହମ୍ମଦି , ମହେନ୍ଦ୍ର କୁମାର ମହାପାତ୍ର, ବ୍ରଜକିଶୋର ପଟ୍ଟନାୟକ, ବଳରାମ ରାଉତ, ପଙ୍କଜ କୁମାର ଯେନା, ପୂର୍ଣ୍ଣ ଚନ୍ଦ୍ର ଜେନା, ମନୋରଞ୍ଜନ ସ୍ବାଇଁ ଅଜୟ କୁମାର ଦାସ, ନାରାୟଣ ବିନ୍ଧାଣୀ, ଅରବିନ୍ଦ ମହାରଣା ସୁଦର୍ଶନ ଜେନା.ପରକ୍ଷିତ ମଲ୍ଲିକ, ବିଦ୍ୟାଧର ଯେନା, ବାପି ପଣ୍ଡା, ସତ୍ୟାନନ୍ଦ କାଣ୍ଡି ପ୍ରମୁଖl ଆଲୋଚନା ରେ ଅଂଶ ଗ୍ରହଣ କରି ଥିଲେ l










