24.1 C
Bhubaneswar
Wednesday, February 4, 2026
Homeଓଡିଶାକଂଗ୍ରେସର ମୁଖପାତ୍ର ଚୟନ

କଂଗ୍ରେସର ମୁଖପାତ୍ର ଚୟନ

ଓଡ଼ିଶାରେ କଂଗ୍ରେସ ଦଳ ତରଫରୁ ’ଜାତୀୟ ମେଧା ଅନ୍ବେଷଣ’ କାର୍ଯ୍ୟକ୍ରମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦଳର ନୀତି, ଆଦର୍ଶ ଓ କାର୍ଯ୍ୟକ୍ରମରେ ଆସ୍ଥା ଓ ବିଶ୍ବାସ ରଖୁଥିବା ଦକ୍ଷ ଉପସ୍ଥାପକମାନଙ୍କୁ ମୁଖପାତ୍ର, ଗବେଷଣା ସଂଯୋଜକ ଓ ଗଣମାଧ୍ୟମ ସଂଯୋଜକ ଭାବେ ସ୍ଥାନ ଦେବା ପାଇଁ ଅନ୍‌ଲାଇନ ଆବେଦନ ପତ୍ର ଆହ୍ବାନ କରାଯାଇଥିଲା। ଏଆଇସିସି ଦ୍ବାରା ଯାଂଚ କରାଯାଇ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯାଇଥିଲା। ଗତ ୧୬ ଡିସେମ୍ବର ମଙ୍ଗଳବାର ଓଡ଼ିଶାର ୬ଟି ଜୋନ୍‌ରେ ପ୍ରାରମ୍ଭିକ ସାକ୍ଷାତକାର କାର୍ଯ୍ୟକ୍ରମ ଶେଷ ହୋଇଥିଲା। ୧୭ ତାରିଖ ବୁଧବାର ଭୁବନେଶ୍ବର ଜୋନ୍‌ର ପ୍ରାରମ୍ଭିକ ସାକ୍ଷାତକାର କାର୍ଯ୍ୟକ୍ରମ ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ ଜଗତସିଂହପୁର ଜିଲ୍ଲା ପାଇଁ ଆୟୋଜନ ହୋଇଥିଲା। ଏଆଇସିସି ମିଡିଆ କୋର୍ଡିନେଟର ଆବ୍‌ବାସ ହଫିଜଙ୍କ ତତ୍ତ୍ବାବଧାନରେ ତଥା ଆଞ୍ଚଳିକ ସଂଯୋଜକ ବିଜୟ ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ କେଦାର ମିଶ୍ର ଓ ନଳିନୀ ରଂଜନ ମହାନ୍ତି ଜୁରୀ ଭାବେ ଯୋଗଦେଇଥିଲେ। ମୋଟ ୭ଟି ଜୋନ୍‌ର ପ୍ରାରମ୍ଭିକ ସାକ୍ଷାତକାରରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀମାନେ ୧୮ ତାରିଖ ଗୁରୁବାର ଭୁବନେଶ୍ବର କଂଗ୍ରେସ ଭବନରେ ଚୂଡ଼ାନ୍ତ ସାକ୍ଷାତକାରରେ ଭାଗନେବେ। ଏହି ଚୂଡ଼ାନ୍ତ ସାକ୍ଷାତକାରରେ ଭାଗ ନେବାପାଇଁ ୭ଟି ଜୋନ୍‌ରୁ ସମୁଦାୟ ୫୨ ଜଣ ମନୋନୀତ ହୋଇଥିବା ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଅରବିନ୍ଦ ଦାସ ସୂଚନା ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking