26.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶଆଜି ଘୋଷଣା ହୋଇପାରେ ୩ଟି ରାଜ୍ୟ ପାଇଁ ନିର୍ବାଚନ ତାରିଖ

ଆଜି ଘୋଷଣା ହୋଇପାରେ ୩ଟି ରାଜ୍ୟ ପାଇଁ ନିର୍ବାଚନ ତାରିଖ

ନୂଆଦିଲ୍ଲୀ : ଧାରା ୩୭୦ ହଟିବା ପରେ ଜମ୍ମୁ କାଶ୍ମୀରରେ ପ୍ରଥମ ଥର ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହା ସହିତ ହରିଆଣା ଓ ଝାଡ଼ଖଣ୍ଡରେ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ଆଜି ଦିନ ୩ଟା ସମୟରେ ମୁଖ୍ୟ ନିର୍ବାଚନ କମିଶନର ଏକ ସାମ୍ବାଦିକ ସମ୍ମିଳନୀରେ ତାରିଖ ଘୋଷଣା କରିପାରନ୍ତି। ସେହିପରି ଚଳିତ ବର୍ଷ ଶେଷ ଆଡ଼କୁ ମହାରାଷ୍ଟ୍ରରେ ମଧ୍ୟ ନିର୍ବାଚନ ହେବା ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଆଜି ହରିଆଣା ଓ ଜମ୍ମୁ କାଶ୍ମୀରର ପାଇଁ ତାରିଖ ଘୋଷଣା ହେବା ନେଇ ସୂତ୍ରରୁ ଜଣାପଡିଛି। ଅଗଷ୍ଟ ୯ ରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ତାଙ୍କ ଦଳ ସହିତ ଜମ୍ମୁ କାଶ୍ମୀର ଗସ୍ତ କରିଥିଲେ। ସେ କହିଛନ୍ତି ଯେ କମିଶନ ଯଥାଶୀଘ୍ର ଏଠାରେ ନିର୍ବାଚନ କରିବାକୁ ପ୍ରତିଶ୍ରୁତିବଦ୍ଧ। ୩୦ ସେପ୍ଟେମ୍ବର ୨୦୨୪ ସୁଦ୍ଧା ଜମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ କରିବାକୁ ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛି ଯେ ଜମ୍ମୁ କାଶ୍ମୀରକୁ ଯଥାଶୀଘ୍ର ରାଜ୍ୟ ପ୍ରଦାନ କରାଯିବା ଉଚିତ ଏବଂ ସେଠାରେ ନିର୍ବାଚନ ହେବା ଉଚିତ୍।୨୦୧୪ ରେ ବିଧାନସଭା ନିର୍ବାଚନ ଶେଷ ଥର ପାଇଁ ଅନୁଷ୍ଠିତ ହୋଇଥିଲା। ତେବେ ଜମ୍ମୁ କାଶ୍ମୀର ଏପର୍ଯ୍ୟନ୍ତ ପୂର୍ବ ରାଜ୍ୟ ମାନ୍ୟତା ପାଇ ନାହିଁ। ସେତେବେଳେ ରାଜ୍ୟରେ ୮୭ ଟି ବିଧାନସଭା ଆସନ ଥିଲା। ସେଥିମଧ୍ୟରୁ ଜମ୍ମୁରେ ୩୭ ଟି, କାଶ୍ମୀର ଉପତ୍ୟକାରେ ୪୬ ଟି ଏବଂ ଲଦାଖରେ ୬ ଟି ସିଟ୍ ଥିଲା। କିନ୍ତୁ ଏବେ ଜମ୍ମୁ କାଶ୍ମୀର ବିଧାନସଭାରେ ଆସନ ସଂଖ୍ୟା ବର୍ତ୍ତମାନ ୯୦ କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୪୩ ଟି ଜମ୍ମୁରେ ଏବଂ ୪୭ ଟି ସିଟ୍ କାଶ୍ମୀରରେ ଅଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking