26.1 C
Bhubaneswar
Sunday, November 17, 2024
Homeଦେଶ ବିଦେଶବିଜେପି-କଂଗ୍ରେସକୁ ନିର୍ବାଚନ ଆୟୋଗଙ୍କ ନୋଟିସ୍‌; ସୋମବାର ସୁଦ୍ଧା ଜବାବ ରଖିବାକୁ ନିର୍ଦ୍ଦେଶ

ବିଜେପି-କଂଗ୍ରେସକୁ ନିର୍ବାଚନ ଆୟୋଗଙ୍କ ନୋଟିସ୍‌; ସୋମବାର ସୁଦ୍ଧା ଜବାବ ରଖିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଉଭୟ ବିଜେପି ଏବଂ କଂଗ୍ରେସକୁ ନିର୍ବାଚନ ଆୟୋଗ ନୋଟିସ୍ କରିବା ପୂର୍ବକ ଆସନ୍ତା ସୋମବାର ସୁଦ୍ଧା ନିଜ ନିଜ ସ୍ପଷ୍ଟୀକରଣ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରିପୋର୍ଟ ଅନୁସାରେ ଜାତୀୟ ସ୍ତରରେ ଦୁଇ ପ୍ରମୁଖ ଦଳର ଷ୍ଟାର୍ ପ୍ରଚାରକ ଅମିତ ଶାହ ଏବଂ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ ଉଭୟ ଦଳର ସଭାପତିଙ୍କୁ ସ୍ପଷ୍ଟୀକରଣ ଦେବାକୁ ନିର୍ବାଚନ କମିଶନ କହିଛନ୍ତି। ଆସନ୍ତା ସୋମବାର ସୁଦ୍ଧା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ ଏହାର ଜବାବ ଦେବେ। ନଭେମ୍ବର ୧୧ରେ ବିଜେପି ରାହୁଲ ଗାନ୍ଧୀଙ୍କ ବିରୋଧରେ ନିର୍ବାଚନ ଆଚରଣ ସଂହିତା ଉଲ୍ଲଙ୍ଘନ କରିବାର ଅଭିଯୋଗ ଆଣିଥିଲା। ରାହୁଲ ଗାନ୍ଧୀ ନିର୍ବାଚନ ପାଇଁ କରୁଥିବା ପ୍ରଚାର ସମୟରେ ମିଛସତ କହି ମହାରାଷ୍ଟ୍ର ଏବଂ ପଡୋଶୀ ରାଜ୍ୟ ଗୁଜରାଟ ଓ ଅନ୍ୟ ରାଜ୍ୟମାନଙ୍କ ମଧ୍ୟରେ ମତଭେଦ ସୃଷ୍ଟି କରୁଥିବା ବିଜେପି ଅଭିଯୋଗ କରିଥିଲା। ବିଜେପି ନିଜ ଅଭିଯୋଗରେ କହିଥିଲା ଯେ, ରାହୁଲ ଗାନ୍ଧୀ ନିର୍ବାଚନ ପ୍ରଚାର ସମୟରେ କହିଥିଲେ ଅନ୍ୟ ରାଜ୍ୟମାନେ ମହାରାଷ୍ଟ୍ରର ସୁଯୋଗ ଛଡ଼ାଇ ନେଉଛନ୍ତି। ଏପରି ମିଥ୍ୟା ଅଭିଯୋଗ ଆଣି କଂଗ୍ରେସ ନେତା (ରାହୁଲ ଗାନ୍ଧୀ) ପଡୋଶୀ ରାଜ୍ୟ ଏବଂ ମହାରାଷ୍ଟ୍ର ମଧ୍ୟରେ ମତଭେଦ ସୃଷ୍ଟି କରୁିବାକୁ ଚେଷ୍ଟା କରୁଛନ୍ତି। ଅନ୍ୟପକ୍ଷେ ନଭେମ୍ବର ୧୩ରେ କଂଗ୍ରେସ ବିଜେପି ବିରୁଦ୍ଧରେ ନିର୍ବାଚନ ଆୟୋଗଙ୍କ ନିକଟରେ ଫେରାଦ ହୋଇଥିଲା। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ବିଜେପିର ଅନ୍ୟ କେତେକ ନେତା ନିର୍ବାଚନୀ ପ୍ରଚାର ସମୟରେ ଭାରତୀୟ ଜାତୀୟ କଂଗ୍ରେସ (ଆଇଏନ୍‌ସି) ଏବଂ ଏହାର ସହଯୋଗୀ ଦଳଙ୍କ ବିଷୟରେ ମିଥ୍ୟା, ବିଭାଜନକାରୀ ଏବଂ ଅପମାନଜନକ ବିବୃତ୍ତି ଦେଉଥିବା, କଂଗ୍ରେସକୁ ଭୋଟ୍ ନଦେବା ପାଇଁ ଲୋକଙ୍କୁ ପ୍ରବର୍ତ୍ତାଉଥିବା କଂଗ୍ରେସ ଅଭିଯୋଗ ଆଣିଥିଲା। କଂଗ୍ରେସ ଅନୁସାରେ ଶାହ, ଧର୍ମ ଓ ଜାତି ଆଧାରରେ ଭୋଟରଙ୍କୁ ଉତ୍ସାହିତ କରିବାକୁ ଚେଷ୍ଟା କରୁଛନ୍ତି। ତେବେ ଉଭୟ ଦଳର ବରିଷ୍ଠ ନେତାମାନଙ୍କ ଏପ୍ରକାର ଅଭିଯୋଗକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ଆଜି ଉଭୟ ଦଳର ଅଧ୍ୟକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking