29.1 C
Bhubaneswar
Monday, March 30, 2026
Homeଓଡିଶାହାତୀ ଆକ୍ରମଣରେ ବୃଦ୍ଧ ଗୁରୁତର

ହାତୀ ଆକ୍ରମଣରେ ବୃଦ୍ଧ ଗୁରୁତର

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ତଥା ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରେ ହାତୀ ଉପଦ୍ରଵ ବାରମାସ ଲାଗି ରହିଛି। ସୂଚନା ଅନୁଯାୟୀ, ଏହି ରେଞ୍ଜ ଅଞ୍ଚଳରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଜଣକ ହେଲେ ଭାଲିଆପଦା ଗ୍ରାମର ବାଢୁ ମୁର୍ମୁ । ବାଢୁ ସାଇକେଲ ଯୋଗେ ଘରକୁ ଫେରୁଥିବା ସମୟରେ ପଳାଶମୁଣ୍ଡୁଳି ପଞ୍ଚାୟତର ରେଡ଼କ୍ରସ ଡାକ୍ତରଖାନା ନିକଟରେ ହାତୀ ହାବୁଡ଼ରେ ପଡ଼ିଥିଲେ । ହାତୀଟି ବାଢୁଙ୍କୁ ଶୁଣ୍ଡରେ ଟେକିନେଇ କଚାଡି ଗୁରୁତର କରିଥିଲା ବେଳେ ତାଙ୍କର ଏକମାତ୍ର ସମ୍ବଳ ସାଇକେଲଟିକୁ ମଧ୍ୟ ମାଡ଼ି ନଷ୍ଟ କରିଦେଇଛି।ଖବରପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଜ ଗାଡ଼ିରେ ବାରମାଇଲ ସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବାର ଜଣାପଡିଛି ।ତେବେ ବାଢ଼ୁ ଜଣେ ଗରିବ ଦିନ ମଜୁରୀଆ ହୋଇଥିବାରୁ ତାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବା ସହ ନୂତନ ସାଇକେଲ ଯୋଗାଇ ଦେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking