ନୀଳଗିରି: ନୀଳଗିରିରି ଏକ ବଡ ଅଘଟଣର ଖବର ସାମ୍ନାକୁ ଆସିଛି । କୁଳଡିହା ଅଭୟାରଣ୍ୟରେ ଗୟଳ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ । କଇମହୁଡି ଗାଁ ନିକଟ ଜଙ୍ଗଲରେ ଗୟଳ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ, ସକାଳେ ବୃଦ୍ଧ ଜଣକ ଜଙ୍ଗଲକୁ ଗାଈ ଚରାଇବା ପାଇଁ ଯାଇଥିଲେ । ଗାଈ ଚରାଉଥିବା ସମୟରେ ଗୟାଳ ଆକ୍ରମଣର ଶିକାର ହୋଇଥିଲେ ବୃଦ୍ଧ । ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚବୃଦ୍ଧଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତ କରିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବୃଦ୍ଧଙ୍କ ମୃତ୍ୟୁ ପରେ ପରିବାର ଏବଂ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।










