ଝରିଗାଁ: ଆଜି ଅପରାହ୍ନରେ ଅଜଣା ବାଇକ୍ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣକ ହେଲେ ଝରିଗାଁ ଥାନା କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ କଲେଗାଁ ଗ୍ରାମର ଜଗନ୍ନାଥ ମାଝୀ (୬୨)। ଜଗନ୍ନାଥ ମାଝୀ ଅପରାହ୍ନରେ ଖାଇସାରିବା ପରେ ନିଜର ଗାଇ ଖଯିବା ପାଇଁ ବାହାରିଥିଲେ। ନୂତନ ନିର୍ମାଣଧିନ କୋର୍ଟ ନିକଟରେ ସାଇକଲ ରଖି ଗାଇ ଖଯିବା ପାଇଁ ରାସ୍ତା ପାର ହେବା ସମୟରେ ହଠାତ ଏକ ବାଇକ ଧକ୍କା ଦେଇଥିଲା। ବାଇକ୍ ଧକ୍କା ପରେ ବୃଦ୍ଧ ଜଣକ ଛିଟିକି ପଡ଼ି ରାସ୍ତାରେ କଚାଡି ହୋଇ ପଡ଼ିଥିଲେ। ଦୁର୍ଘଟଣା ଦେଖି ଆମ୍ବୁଲାନ୍ସ ଯୋଗେ କିଛି ଲୋକ ଗୁରୁତର ଅବସ୍ଥାରେ ଜଗନ୍ନାଥଙ୍କୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।
ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଜଗନ୍ନାଥଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଯୋଗୁଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରିଥିଲେ। ଆଜି ଅପରାହ୍ନ ପ୍ରାୟ ତିନି ଘଣ୍ଟା ସମୟରେ ଜିଲ୍ଲା ମୁଖ୍ୟ ଚକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ଜଗନ୍ନାଥଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଘଟଣା ନେଇ ପରିବାର ଲୋକ ଝରିଗାଁ ଥାନାରେ ଲିଖିତ ଅଭିଯୋଗ ପରେ ଝରିଗାଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।ମୃତ ଖବର ପ୍ରସାର ହେବା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି।










