19.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶଷଣ୍ଢ ଆକ୍ରମଣରେ ବୃଦ୍ଧ ଆହତ

ଷଣ୍ଢ ଆକ୍ରମଣରେ ବୃଦ୍ଧ ଆହତ

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶର ମୁଜାଫରନଗରରେ ବୁଲା ଷଣ୍ଢଙ୍କ ଆତଙ୍କ ବଢିବାରେ ଲାଗିଛି । ଷଣ୍ଢ ଆକ୍ରମଣରେ ଜଣେ ବୃଦ୍ଧି ଗୁରୁତର ଆହତ ହୋଇଛନ୍ତି । ଘଟଣାଟି ବୃଦ୍ଧ ବ୍ୟକ୍ତିଙ୍କ ଘର ସାମ୍ନାରେ ଘଟିଥୟବା ଜଣାପଡିଛି । ଘଟଣାକ୍ରମେ ବୃଦ୍ଧ ବ୍ୟକ୍ତି ଜଣକ ଏକ ବାଡି ସାହାଯ୍ୟରେ ଷଣ୍ଢଟିକୁ ଘଉଡାଇବାକୁ ଚେଷ୍ଟା କରୁଥିଲେ । ସେହି ସମୟରେ ଷଣ୍ଢଟି ଉତ୍ତ୍ୟକ୍ତ ହୋଇ ତାଙ୍କୁ ଆକ୍ରମଣ କରିଥିଲା । ଷଣ୍ଢଟି ତା’ର ଶିଙ୍ଗ ସାହାଯ୍ୟରେ ବୃଦ୍ଧଙ୍କୁ ଠେଲି ନାଳରେ ପକାଇ ଦେଇଥିଲା । ଯାହାଫଳରେ ସେ ଆହତ ହୋଇଯାଇଥିଲେ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଷଣ୍ଢଟି ବହୁତ ହିଂସ୍ର ହୋଇଗଲାଣି । ଷଣ୍ଢଟି ଏହା ପୂର୍ବରୁ ଅନ୍ୟ ଜଣଙ୍କୁ ମଧ୍ୟ ଆହତ କରିଥିଲା । ଏହି ବାରମ୍ବାର ଆକ୍ରମଣ ଯୋଗୁଁ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ପୋଲିସ ଏବଂ ନଗର ନିଗମ ଦଳକୁ ଘଟଣା ବିଷୟରେ ସୂଚନା ଦିଆଯାଇଛି। ପ୍ରଶାସନ କହିଛି ଯେ ସେମାନେ ଷଣ୍ଢଟିକୁ ଧରିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେବେ। ବନ୍ୟପ୍ରାଣୀକୁ ସୁରକ୍ଷିତ ଭାବରେ ଅଞ୍ଚଳରୁ ବାହାର କରାଯାଇପାରିବ ସେଥିପାଇଁ ବନ ବିଭାଗକୁ ମଧ୍ୟ ସୂଚନା ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking