ଯାଜପୁର: ଯାଜପୁରରୁ ସାମ୍ନାକୁ ଆସିଲା ଏକ ଦୁଃଖଦ ଖବର। ବୈତରଣୀର ବନ୍ୟା ଜଳରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ମୃତକଙ୍କ ନାଁ ଭାଗବତ ମାଝୀ (୭୨) ବୋଲି ଚିହ୍ନଟ କରାଯାଇଛି। କଟିକଟା ଗାଁର ମାଝୀ ସାହିରେ ମୃତ ଭାଗବତ ମାଝୀଙ୍କ ଘର। ମୃତକଙ୍କୁ ଉଦ୍ଧାର କରି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ସୂଚନା ଅନୁଯାୟୀ, ବୈତରଣୀ ନଦୀ ପଠାରେ ଭାଗବତଙ୍କ ଘର ହୋଇଥିବାବେଳେ ଠାକୁରଙ୍କୁ ଜୁହାର ହେବା ସମୟରେ ଗୋଡ଼ ଖସିଯାଇଥିଲା। ଦୀର୍ଘ ସମୟ ଯାଏ ନ ଖୋଜିବା ପରେ ତାଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରିଥିଲେ।










