26.1 C
Bhubaneswar
Wednesday, March 18, 2026
Homeଓଡିଶାବାଇକ୍ ଧକ୍କାରେ ବୃଦ୍ଧ ମୃତ

ବାଇକ୍ ଧକ୍କାରେ ବୃଦ୍ଧ ମୃତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରୁ ଏକ ମର୍ମନ୍ତୁଦ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି। ଏକ ବାଇକ୍ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକଙ୍କୁ ଅଙ୍କୁର ଚରଣ ଖୁଣ୍ଟିଆ ବୋଲି ଚିହ୍ନଟ କରାଯାଇଛି। ଦୁର୍ଘଟଣାଟି କାମାକ୍ଷାନଗର ଥାନା ସୀମା ଅନ୍ତର୍ଗତ ମହୁଲପାଳ-ଜିରାଲ ପିଡବଲୁଡି ରାସ୍ତାର କାଙ୍ଗେଇଲ ଛକ ନିକଟରେ ଘଟିଛି। ସୂଚନା ଅନୁଯାୟୀ, ଚକ ଗ୍ରାମ ନିକଟରେ ରାସ୍ତା କଡ଼ରେ ଠିଆ ହୋଇଥିବା ସମୟରେ ଏକ ବାଇକ୍ ଧକ୍କା ଦେବାରୁ ଅଙ୍କୁର ନାମକ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା। ଜିରାଲରୁ ଆସୁଥିବା ଏକ ବାଇକ୍ ସାଇକେଲ ଧରିଥିବା ଅଙ୍କୁରଙ୍କ ସହ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ତାଙ୍କୁ ତୁରନ୍ତ କାମାକ୍ଷାନଗର ମେଡିକାଲକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେଅନ୍ୟପଟେ ଗୁରୁତର ଆହତ ବାଇକ୍ ଆରୋହୀଙ୍କ ପରିଚୟ ମିଳିନାହିଁ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking