19.1 C
Bhubaneswar
Tuesday, February 3, 2026
Homeଓଡିଶାବିଦ୍ୟୁତ ଆଘାତରେ ବୃଦ୍ଧଙ୍କ ମୃତ୍ୟୁ

ବିଦ୍ୟୁତ ଆଘାତରେ ବୃଦ୍ଧଙ୍କ ମୃତ୍ୟୁ

ଗଞ୍ଜାମ: ରାତି ପାହିଲେ ପୁଅର ବାହାଘର ହେବାକୁ ଥିବା ବେଳେ ପୂର୍ବଦିନ ବାପାର ମୃତ୍ୟୁ ହୋଇଛି । ପୁଅର ପାଲିଙ୍କି ଉଠିବା ଆଗରୁ ବାପାର କୋକେଇ ଉଠିଛି । ବାହାଘରକୁ ନେଇ ଘର କୋଳାହଳରେ କମ୍ପୁଥିବା ବେଳେ ବାପାର ମୃତ୍ୟୁ ପରେ ଘରେ କାନ୍ଦ ବୋବାଳିରେ ଫାଟି ଉଠୁଛି । ମୃତକ ହେଲେ ମଙ୍ଗୁଳୁ ଗୌଡ । ବୟସ ତାଙ୍କର ୫୮ବର୍ଷ ବୋଲି ଜଣାପଡିଛି ।ଖବର ଅନୁସାରେ, ବାପା ମଙ୍ଗୁଳୁ ଗୌଡ ମୋଟର ଦ୍ବାରା ଟାଙ୍କିରେ ପାଣି ଭର୍ତ୍ତି କରୁଥିବା ବେଳେ ସର୍ଟ ସର୍କିଟ ହୋଇ ବିଦ୍ୟୁତ ଆଘାତ ଲାଗିଥିଲା ।  ଏହାପରେ ତାଙ୍କୁ ଧରାକୋଟ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଏହି ଘଟଣା ଅଞ୍ଚଳରେ ଦୁଃଖଦ ପରିସ୍ଥିତି ସୃଷ୍ଟି କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking