ନୂଆଦିଲ୍ଲୀ: ହୋଟେଲର ୧୨ ମହଲାରୁ ଡେଇଁ ଆତ୍ମହତ୍ୟା କଲେ ବୃଦ୍ଧ। ଦିଲ୍ଲୀର ଲେ ମେରିଡିଆନ୍ ହୋଟେଲରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ରାଜେନ୍ଦ୍ର ନଗରର ବାସିନ୍ଦା ୫୦ ବର୍ଷୀୟ ପରବିନ୍ଦର ସିଂହ ବୋଲି ଜଣାପଡିଛି। ଆଜି ଅପରାହ୍ନରେ ସେ ଲେ ମେରିଡିଆନ୍ ହୋଟେଲରେ ପ୍ରବେଶ କରି, ଲିଫ୍ଟ ଧରି ଦ୍ୱାଦଶ ମହଲା ପହଞ୍ଚିଥିଲେ। କୌଣସି ଏକ କାରଣରୁ ସେ ସେଠାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ତେବେ କେଉଁ କାରଣରୁ ବୃଦ୍ଧ ଜଣକ ଆତ୍ମହତ୍ୟା କରିଛନ୍ତି ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ।










