29.1 C
Bhubaneswar
Sunday, February 8, 2026
Homeଓଡିଶାଡ୍ୟାମରୁ ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର

ଡ୍ୟାମରୁ ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର

ଗଞ୍ଜାମ : ଡ୍ୟାମରୁ ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର । ଗତକାଲି ସନ୍ଧ୍ୟାରେ ଝିଅ ଘରକୁ ଯିବା ପାଇଁ ବାହାରି ଯାଇଥିଲେ ବୃଦ୍ଧା। ଆଜି ସକାଳେ ଡ୍ୟାମରୁ ମିଳିଛି ତାଙ୍କ ମୃତଦେହ। ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ରାଆଣ୍ଡି ଗ୍ରାମ ଘଟିଛି ଏଭଳି ଅଭାବନୀୟ ଘଟଣା । ଏହି ଗ୍ରାମର ଧନେଇ ଡ୍ୟାମରୁ ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ବୃଦ୍ଧା ଜଣଙ୍କ ଜୋକବନ୍ଧ ଗ୍ରାମର ଅନୁଛାୟା ଡାକୁଆ। ଆଜି ସକାଳେ ଡ୍ୟାମର ପଥର ଉପରେ ଅନୁଛାୟାଙ୍କର ଚପଲ ରହିଥିବା ବେଳେ ପାଣିରେ ତାଙ୍କ ମୃତଦେହ ଭାସୁଥିଲା। ସ୍ଥାନୀୟ ଲୋକେ ଏହା ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଓ ଅଗ୍ନିଶମ ବାହିନୀ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣା ତଦନ୍ତ କରୁଛି। ତେବେ ଅନୁଛାୟାଙ୍କର କିଭଳି ମୃତ୍ୟୁ ଘଟିଲା ତାହାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି। ଝିଅ ଘରକୁ ଯିବା ସମୟରେ ଅନୁଛାୟାଙ୍କ ଡ୍ୟାମକୁ ପାଣି ପିଇବାକୁ ଯାଇ ଅସାବଧାନତା ବଶତଃ ବୁଡ଼ିଯାଇ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ପୁଲିସ ଘଟଣାର ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking