17.1 C
Bhubaneswar
Monday, December 22, 2025
Homeଦେଶ ବିଦେଶସାଇବର ଠକେଇର ଶିକାର ହୋଇ ଜୀବନ ହାରିଲେ ବୃଦ୍ଧ ଦମ୍ପତ୍ତି

ସାଇବର ଠକେଇର ଶିକାର ହୋଇ ଜୀବନ ହାରିଲେ ବୃଦ୍ଧ ଦମ୍ପତ୍ତି

ନୂଆଦିଲ୍ଲୀ: କର୍ଣ୍ଣାଟକର ବେଲଗାବୀରେ ବୃଦ୍ଧ ଦମ୍ପତିମାନେ ସାଇବର ଠକେଇର ଶିକାର ହୋଇଥିଲେ। ଠକମାନେ ତାଙ୍କୁ ଧମକ ଦେଉଥିଲେ। ଏହା ପରେ ଭୟ ଏବଂ ମାନସିକ ଚାପରେ ବିଚଳିତ ହୋଇ ଦୁହେଁ ଆତ୍ମହତ୍ୟା କରିଛନ୍ତି । ଦିଲ୍ଲୀ କ୍ରାଇମ୍ ବ୍ରାଞ୍ଚର ଅଧିକାରୀ ବୋଲି କହି ଠକମାନେ ତାଙ୍କୁ ଏକ ମିଥ୍ୟା ମାମଲାରେ ଫସାଇ ଦେବାକୁ ଧମକ ଦେଇଥିଲେ। ଆକଳନ କରାଯାଉଛି ଯେ, ୫୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଠକମାନେ ଦମ୍ପତ୍ତିଙ୍କଠାରୁ ଲୁଟି ନେଇଥିଲେ।ସୂଚନା ଅନୁଯାୟୀ, ଘଟଣାଟି କର୍ଣ୍ଣାଟକର ବେଲଗାବୀରେ ଥିବା ନନ୍ଦଗଡ ଗାଁରେ ଘଟିଛି। ଏଠାରେ ୮୩ବର୍ଷୀୟ ଡିଆଙ୍ଗୋ ନଜରତ ତାଙ୍କ ୭୯ବର୍ଷୀୟ ପତ୍ନୀ ପ୍ଲେବିୟାନା ନଜରତଙ୍କ ସହ ରହୁଥିଲେ। ଅବସରପ୍ରାପ୍ତ ଦମ୍ପତି ପୂର୍ବରୁ ମହାରାଷ୍ଟ୍ର ମନ୍ତ୍ରାଳୟରେ କାର୍ଯ୍ୟ କରୁଥିଲେ ଏବଂ ସେମାନଙ୍କର ପାଖରେ କୌଣସି ସମ୍ପର୍କୀୟ ନଥିଲେ। ସାଇବର ଅପରାଧୀମାନେ ନିଜକୁ ଦିଲ୍ଲୀ କ୍ରାଇମବ୍ରାଞ୍ଚର ଅଧିକାରୀ ବୋଲି ପରିଚୟ ଦେଇ ବୃଦ୍ଧ ଦମ୍ପତିଙ୍କ ସହ ଯୋଗାଯୋଗ କରିଥିଲେ। ଏହା ପରେ ଧମକ ଦେଇ ଅଧିକ ଟଙ୍କା ଦାବି କରିଚାଲିଥିଲେ ଲୁଟେରା। ଠକମାନେ ବିଭିନ୍ନ ବାହାନାରେ ତାଙ୍କଠାରୁ ୫୦ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିଲେ।ବାରମ୍ବାର ଧମକ ପାଇ ଏବଂ ଏତେ ଟଙ୍କା ହରାଇବା ପରେ ଚାପଗ୍ରସ୍ତ ହୋଇ ଜୀବନ ହାରିଥିଲେ ଦମ୍ପତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking