18.1 C
Bhubaneswar
Sunday, February 8, 2026
Homeଓଡିଶାସାନଭାଇର ମାଡ଼ରେ ଚାଲିଗଲା ବଡ଼ ଭାଇର ଜୀବନ

ସାନଭାଇର ମାଡ଼ରେ ଚାଲିଗଲା ବଡ଼ ଭାଇର ଜୀବନ

ବାଲେଶ୍ବର: ରାସ୍ତାରେ ବାଇକ୍ ରଖାକୁ କେନ୍ଦ୍ର କରି ସାନ ଭାଇର ମାଡ଼ରେ ବଡ଼ ଭାଇର ମୃତ୍ୟୁ ହୋଇଥିବା ଅଭିଯୋଗ। ବାଲେଶ୍ବର ଜିଲ୍ଲା  ଭୋଗରାଇ ବ୍ଲକ ଅନଳିଆ ପଞ୍ଚାୟତ ଅନ୍ତର୍ଗତ ମାନକୁଣ୍ଡା ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ସୂଚନା ଅନୁଯାୟୀ, ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଅନଳିଆ ପଞ୍ଚାୟତ ଅନ୍ତର୍ଗତ ମାନକୁଣ୍ଡା ଗାଁର ବଡ଼ ଭାଇ ସନିଆ ମାଝୀ ଓ ସାନ ଭାଇ ପବନ ମାଝୀଙ୍କ ମଧ୍ୟରେ ରାସ୍ତା ଉପରେ ବାଇକ୍ ରଖାକୁ କେନ୍ଦ୍ର କରି ଗଣ୍ଡଗୋଳ ଉପୁଜି ଥିଲା। ଗଣ୍ଡଗୋଳର ଉଗ୍ର ରୂପ ନେଇ ଦୁଇ ଭାଇଙ୍କ ମଧ୍ୟରେ ହାତାହାତି ପରସ୍ଥିତି ସୃଷ୍ଟି ହେଇଥିଲା। ସେହି ଗଣ୍ଡଗୋଳରେ ବଡ଼ ଭାଇ ସନିଆ ମାଝୀ ଗୁରୁତର ଅବସ୍ଥାରେ ଜଳେଶ୍ଵରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।ସେଠାରେ ତାଙ୍କର ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ମୃତ୍ୟୁ ହେଇଛି। ଘଟଣା ବାବଦରେ ଅଭିଯୋଗ ପାଇ ଭୋଗରାଇ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସାନ ଭାଇ ପବନକୁ ଉଠେଇ ଆଣି ଅଧିକ ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking