22.1 C
Bhubaneswar
Sunday, February 15, 2026
Homeଦେଶ ବିଦେଶସାନଭାଇକୁ ଧାରୁଆ ଅସ୍ତ୍ରରେ ହାଣିଲା ବଡଭାଇ

ସାନଭାଇକୁ ଧାରୁଆ ଅସ୍ତ୍ରରେ ହାଣିଲା ବଡଭାଇ

ନୂଆଦିଲ୍ଲୀ: ସାନ ଭାଇକୁ ଧାରୁଆ ଅସ୍ତ୍ରରେ ହାଣିଲା ବଡ ଭାଇ।ସୋମବାର ବିଳମ୍ବିତ ସନ୍ଧ୍ୟାରେ କସ୍ତା ସହରରେ ଏକ ସାମାନ୍ୟ ବିବାଦକୁ ନେଇ ବଡ ଭାଇ ସାନ ଭାଇକୁ ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ପରିବାରକୁ ହସ୍ତାନ୍ତର କରିଥିଲା। ଅତ୍ୟଧିକ ମାତ୍ରାରେ  ନିଶାପାନ କରି ଆସିଥିଲା ବଡଭାଇ । କୌଣସି ଏକ କଥାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ବିବାଦ  ଆହୁରୀ ତୀବ୍ର ହୋଇଗଲା। ଉତକ୍ଷିପ୍ତ ହୋଇ ବଡ ଭାଇ ସାନ ଭାଇକୁ ଆକ୍ରମଣ କରିଥିଲା। ଫଳରେ ପରିବାର ଲୋକେ ତୁରନ୍ତ  ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ। ସେହି ସମୟରେ ତାଙ୍କର ମୃତ୍ୟୁ ହୋଇଛି।  ବିଳମ୍ବିତ ରାତିରେ ଖବର ପାଇ ପୋଲିସ ପହଞ୍ଚି ପରିବାର ଲୋକଙ୍କୁ ପଚରା ଉଚରା କରିଥିଲା। ଅଭିଯୁକ୍ତକୁ ଧରିବା ପାଇଁ ତଦନ୍ତ ଚଳାଇଛି ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking