29.1 C
Bhubaneswar
Monday, February 9, 2026
Homeଓଡିଶାଏକ ପେଡ୍ ମା କେ ନାମ ୨.୦ ରାଜ୍ୟ ସ୍ତରୀୟ ତଦାରଖ କମିଟି ବୈଠକ

ଏକ ପେଡ୍ ମା କେ ନାମ ୨.୦ ରାଜ୍ୟ ସ୍ତରୀୟ ତଦାରଖ କମିଟି ବୈଠକ

ଭୁବନେଶ୍ୱର : “ଏକ ପେଡ଼ ମା’କେ ନାମ” 2.0 କାର୍ଯ୍ୟକ୍ରମ ଅଭିଯାନ ଅଧୀନରେ ବୃକ୍ଷ ରୋପଣର ସୁରକ୍ଷା, ବଞ୍ଚିବା ଓ ସୁସ୍ଥ ଅଭିବୃଦ୍ଧି ପାଇଁ ସ୍ଥିରୀକୃତ ବିସ୍ତୃତ ନିୟମାବଳୀ ଆଧାରରେ ରାଜ୍ୟ ସ୍ତରୀୟ ତଦାରଖ କମିଟିର ବୈଠକ ଗୃହ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେଇ ଯାଇଛି l ଏହି ବୈଠକରେ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ, ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଅଧ୍ୟକ୍ଷତା କରି କହିଲେ ଯେ ଚାରା ଗଛ ବଞ୍ଚିବା ଏବଂ ଏହାର ବୃଦ୍ଧି ଉପରେ ଏକ ପେଡ୍ ମା କେ ନାମ’ ୨.୦ ର ସଫଳତା ନିର୍ଭର କରେ l  ମାର୍ଗଦର୍ଶିକା ଅନୁଯାୟୀ ବୃକ୍ଷ ରୋପଣର ସୁରକ୍ଷା, ବଞ୍ଚିବା ଓ ସୁସ୍ଥ ଅଭିବୃଦ୍ଧି ପାଇଁ ସରକାରୀ ଭାବେ ଆମେ ସମସ୍ତେ ଯତ୍ନବାନ ହେବା ଦରକାର l

୧୭ ସେପ୍ଟେମ୍ବର ୨୦୨୫ରେ ବ୍ୟାପକ ବୃକ୍ଷରୋପଣର ଏକ ମାସ ପରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ବ୍ୟାପକ ବୃକ୍ଷରୋପଣ ପରେ, ତ୍ରିସ୍ତରୀୟ  ନିରୀକ୍ଷଣ ଓ ଦାୟିତ୍ୱ ବ୍ୟବସ୍ଥା ମାଧ୍ୟମରେ ଦୃଢ଼ ନିରୀକ୍ଷଣ ଏବଂ ଉତ୍ତରଦାୟିତ୍ୱକୁ ସୁନିଶ୍ଚିତ କରିବା ପାଇଁ ୨୨ ସେପ୍ଟେମ୍ବର ୨୦୨୫ ରେ ମିଳିତ ନିର୍ଦ୍ଦେଶାବଳୀ ଜାରି କରା ଯାଇଥିଲା । ଏହି ବୈଠକରେ ଗାଇଡଲାଇନ ଉପରେ ବିସ୍ତୃତ ଆଲୋଚନା କରା ଯାଇଥିଲା ଏବଂ ଓଆରଏସଏସି ଆଧାରିତ ମନିଟରିଂ ୱେବ ପୋର୍ଟାଲର ଏକ ପ୍ରଦର୍ଶନ କରା ଯାଇଥିଲା । ବୃକ୍ଷ ଗୁଡ଼ିକ ବଞ୍ଚିବା ଉପରେ ନଜର ରଖିବା ପାଇଁ ଏହି ପୋର୍ଟାଲ ଏକକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ l ଏହାର ପ୍ରଭାବଶାଳୀ ଉପଯୋଗକୁ ସୁଗମ କରିବା ପାଇଁ କ୍ଷେତ୍ରୀୟ ଅଧିକାରୀଙ୍କ ପାଇଁ ଆଗାମୀ ଦିନରେ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯିଵ ।ଅତିରିକ୍ତ ମୁଖ୍ୟ ଶାସନ ସଚିବ ସମସ୍ତ ଜିଲ୍ଲା ଓ ବିଭାଗମାନଙ୍କ ସମନ୍ୱିତ ପ୍ରୟାସ ଓ ସକ୍ରିୟ ଅଂଶଗ୍ରହଣ ପାଇଁ କୃତଜ୍ଞତା ପ୍ରକାଶ କରିଥିଲେ। ସେ କହିଥିଲେ ଯେ “ଏକ ପେଡ଼ ମା’ କେ ନାମ 2.0” ଅଭିଯାନର ସଫଳତା ମାତ୍ର ଗଛ ରୋପଣରେ ନୁହେଁ, ବରଂ ପ୍ରତ୍ୟେକ ଗଛର ଅବିଚ୍ଛିନ୍ନ ଅସ୍ତିତ୍ୱ ଓ ସୁସ୍ଥ ବୃଦ୍ଧି ନିଶ୍ଚିତ କରିବାରେ ରହିଛି। ବୈଠକରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନ ବାହିନୀ ମୁଖ୍ୟ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ର ପ୍ରମୁଖ ଶାସନ ସଚିବ, କୃଷି, ପଞ୍ଚାୟତୀ ରାଜ, ଉଦ୍ୟାନ ଏବଂ ଓଡ଼ିଶା ରିମୋଟ ସେନ୍ସିଂ ଆପ୍ଲିକେସନ ସେଣ୍ଟର (ORSAC) ର ବରିଷ୍ଠ ଅଧିକାରୀମାନଙ୍କ ସମେତ ସମସ୍ତ ଜିଲ୍ଲାପାଳ, ବିଭାଗୀୟ ବନ ଅଧିକାରୀ ( DFO) ଓ ମୁଖ୍ୟ ଉନ୍ନୟନ ଅଧିକାରୀ ଯୋଗଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking