16.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶଇସ୍ରାଏଲ-ଇରାନ ଯୁଦ୍ଧ ବନ୍ଦ କରିବାକୁ ପ୍ରୟାସ

ଇସ୍ରାଏଲ-ଇରାନ ଯୁଦ୍ଧ ବନ୍ଦ କରିବାକୁ ପ୍ରୟାସ

ଜେନେଭା: ଇସ୍ରାଏଲ ଓ ଇରାନ ମଧ୍ୟରେ ଗତ ୮ ଦିନ ଧରି ଯୁଦ୍ଧ ଲାଗି ରହିଥିଲା ବେଳେ ସମଗ୍ର ବିଶ୍ୱରେ ତାର ପ୍ରଭାବ ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ଯୁଦ୍ଧ ବନ୍ଦ କରି ଇରାନକୁ ଆଣବିକ ଆଲୋଚନାକୁ ଆଣିବା ଲାଗି ୟୁରୋପୀୟ ନେତାମାନେ ଉଦ୍ୟମ ଆରମ୍ଭ କରିଛନ୍ତି । ଆଜି ଜେନେଭା ଠାରେ ଏକ ବୈଠକରେ ୟୁରୋପୀୟ ବିଦେଶ ମନ୍ତ୍ରୀମାନେ ଏକାଠି ହୋଇଥିଲା ବେଳେ ଏଥିରେ ଇରାନର ବିଦେଶ ମନ୍ତ୍ରୀ ଅକ୍ରାସ ଅରାଘଚି ସାମିଲ ହୋଇଥିଲେ । ବୈଠକରେ ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ ଓ ୟୁରୋପୀୟ ୟୁନିଅନର ବିଦେଶ ମନ୍ତ୍ରୀମାନେ ସାମିଲ ହୋଇଥିଲେ । କୂଟନୈତିକ ସ୍ତରରେ ଇସ୍ରାଏଲ-ଇରାନ ସମସ୍ୟାର ସମାଧାନ ଲାଗି ଏହା ଶେଷ ପ୍ରୟାସ ବୋଲି କୁହାଯାଉଛି ।

ବୈଠକ ପୂର୍ବରୁ ଆମେରିକାର ପରରାଷ୍ଟ୍ର ସଚିବ ମାର୍କୋ ରୁବିଓ ୟୁରୋପୀୟ ନେତାମାନଙ୍କ ସହ ଆଲୋଚନା କରିଥିଲେ । ସେ କହିଥିଲେ ଇରାନ ସହ ସିଧାସଳଖ ଆଣବିକ କଥାବାର୍ତ୍ତା କରିବା ଲାଗି ତାଙ୍କ ଦେଶ ରାଜି ଅଛି । ତେଣୁ ୟୁରୋପୀୟ ନେତାମାନେ ଇରାନର ବିଦେଶ ମନ୍ତ୍ରୀଙ୍କୁ ଆଣବିକ କାର୍ଯ୍ୟକ୍ରମ ଉପରେ ଆମେରିକା କଥାବାର୍ତ୍ତା କରିବାକୁ ଆଗ୍ରହୀ ଥିବା ଜଣାଇଛନ୍ତି । ଇରାନକୁ ଆଲୋଚନାର ଟେବୁଲକୁ ଆଣି ଯୁଦ୍ଧର ଘନଘଟା ହ୍ରାସ କରିବାକୁ ୟୁରୋପୀୟ ବିଦେଶ ମନ୍ତ୍ରୀମାନେ ଚାହୁଁଛନ୍ତି ।

ଅନ୍ୟପକ୍ଷରେ ଇସ୍ରାଏଲ ଏହି ଜେନେଭା ଆଲୋଚନା ଉପରେ ତୀକ୍ଷ୍ଣ ନଜର ରଖିଛି । ଜାତିସଂଘରେ ଅବସ୍ଥାପିତ ଇସ୍ରାଏଲ ରାଷ୍ଟ୍ରଦୂତ ଡାନିଏଲ ମେରୋନ କହିଛନ୍ତି ଯେ ୟୁରୋପୀୟ ବିଦେଶ ମନ୍ତ୍ରୀମାନେ ଇରାନକୁ ସମ୍ପୂର୍ଣ୍ଣ ଭାବେ ଆଣବିକ କାର୍ଯ୍ୟକ୍ରମକୁ ନିବୃତ୍ତ କରାଇବା ଆବଶ୍ୟକ । ଇରାନର ଆଣବିକ କାର୍ଯ୍ୟକ୍ରମ ସବୁବେଳେ ବିଶ୍ୱବ୍ୟାପୀ ଚର୍ଚ୍ଚାରେ ରହିଆସିଛି । ବିଶେଷକରି ୨୦୧୮ରେ ଆମେରିକା ଏକତରଫା ଭାବେ ଜେସିପିଓଏ (ଜଏଣ୍ଟ କମ୍ପ୍ରେନ୍‌ସିଭ ପ୍ଲାନ୍‌ ଅଫ୍‌ ଆକ୍ସନ)ରୁ ଓହରିଯିବା ପରେ ଇରାନ ତାର ଆଣବିକ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଥିଲା । ଅନୁମୋଦିତ ପରିମାଣ ଠାରୁ ଅଧିକ ୟୁରାନିୟମ ଗଚ୍ଛିତ ରଖିଥିଲା । ଯାହାକୁ ନେଇ ଇସ୍ରାଏଲ ସମେତ ଆମେରିକା ଓ ଅନ୍ୟାନ୍ୟ ଦେଶମାନେ ଗଭୀର ଚିନ୍ତା ପ୍ରକଟ କରିଆସିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking