20.1 C
Bhubaneswar
Sunday, February 8, 2026
Homeଓଡିଶାବାଙ୍ଗଲାଦେଶୀ ନାବାଳିକାଙ୍କୁ ଘରକୁ ଫେରାଇବାକୁ ଉଦ୍ୟମ

ବାଙ୍ଗଲାଦେଶୀ ନାବାଳିକାଙ୍କୁ ଘରକୁ ଫେରାଇବାକୁ ଉଦ୍ୟମ

କଟକ: ସ୍ଥାନୀୟ ମଧୁପାଟଣା ଅଞ୍ଚଳରୁ ଉଦ୍ଧାର ହୋଇଥିବା ବାଙ୍ଗଲାଦେଶୀ ନାବାଳିକାଙ୍କ ବାବଦରେ ପୁଲିସ ତଦନ୍ତ ଚଳାଇଛି । ନାବାଳିକାଙ୍କ ବୟସ ପାଖାପାଖି ୧୭ ହେବ। ରୋଜଗାର କରିବା ଆଶାରେ ସେ ଦେଶ ଛାଡି ଭାରତ ଆସିଥିଲେ। ତେବେ ଫେସବୁକ ମାଧ୍ୟମରେ ଜଣେ ଯୁବକଙ୍କ ସହ ସମ୍ପର୍କ ସ୍ଥାପନ କରି ପ୍ରଥମେ ତାଙ୍କୁ କୋଲକତା ଓ ପରେ ଭୁବନେଶ୍ୱରରେ ରହି ଏକ ମସାଜ ସେଣ୍ଟରରେ କାମ କରିଥିଲେ ବୋଲି ଜଣା ପଡ଼ିଛି। କଟକ ଉପକଣ୍ଠ ଗୋପାଳପୁରଠାରେ କିଛି ଦିନ ରହିଥୁବା ବେଳେ ସେ ଦଲାଲଙ୍କ ସହୟତାରେ ଯୌନ କାରବାରରେ ଲିପ୍ତ ହୋଇ ପଡ଼ିଥିଲେ। ଏବେ ନାବାଳିକା ଜଣକୁ ଡାକ୍ତରୀ ଚିକିତ୍ସା କରାଯିବା ପରେ ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି। ତାଙ୍କୁ କଟକର ବସୁନ୍ଧରାରେ ରଖାଯାଇଛି । ତାଙ୍କୁ ତାଙ୍କ ଦେଖକୁ ଫେରାଇବା ଲାଗି ସିଡବ୍ଲୁସି ଉଦ୍ୟମ ଆରମ୍ଭ କରିଛି। ସୂଚନାଯୋଗ୍ୟ ନାବାଳିକାଙ୍କ ସହ ପ୍ରାୟ ୫ ଜଣ ବାଙ୍ଗଲାଦେଶୀ ଯୁବତୀ ସୀମାପାର ହୋଇ ଭାରତ ଆସିଛନ୍ତିା ସେମାନଙ୍କୁ ବିଭିନ୍ନ ଅନୈତିକ କାର୍ଯ୍ୟରେ ଦଲାଲ ନିୟୋଜିତ କରିଛନ୍ତି ବୋଲି ସନ୍ଦେହ କରାଯାଉଛ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking