ଭୁବନେଶ୍ୱର: ବାଣୀବିହାରରୁ ଅଣଛାତ୍ରଙ୍କୁ ତଡିବା ପ୍ରକ୍ରିୟାକୁ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଶୈକ୍ଷିକ ବାତାବରଣ ତ୍ସଷ୍ଟି ପାଇଁ ଯାହା ପଦକ୍ଷେପ ନେବା କଥା କରାଯାଉଛି । ଆବାହମାନ କାଳରୁ ଏହା ଚାଲି ଆସିଛି, ଆମେ ସୁଧାର ପାଇଁ ଉଦ୍ୟମ କରୁଛୁ । ନାଲି ଆଖି ଦେଖାଇ ଏହା କରିହେବନି, ପୂର୍ବତନ ଛାତ୍ରମାନେ ଦାୟିତ୍ୱବାନ ହୁଅନ୍ତୁ । ରାକିଂ ଓ ଗୁଣାତ୍ମକ ମାନ ନେଇ ଆନେ ସବୁବେଳେ ଚିନ୍ତିତ ରହୁଛୁ । ସେଥିପାଇଁ ସମସ୍ତଙ୍କ ସହେଯାଗ ଆବଶ୍ୟକ । ନାଲି ଆଖି ଦେଖାଇ କରିହେବନି । କ୍ୟାମ୍ପସରେ ୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ହଷ୍ଟେଲକୁ ସିଲ କରାଯିବ । ତାପରେ ମରାମତି ପାଇଁ ଛାତ୍ରମାନଙ୍କୁ ଦିଆଯିବ ।










