ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ଘନ କୁହୁଡି ପ୍ରଭାବ । ଏନେଇ ବିଜୁ ପଟ୍ଟନାୟକ ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନଙ୍କ ସୂଚନା । ସୂଚନା ଦେଇ ସେ କହିଛନ୍ତି ଯେ ୫ଟି ବିମାନର ଗତିପଥ ପରିବର୍ତ୍ତନ ହୋଇଛି । ୩ଟି ରାୟପୁର ଓ ୨ଟି କୋଲକାତାକୁ ପରିବର୍ତ୍ତନ କରାଯାଇଛି । ୩ଟି ଦିଲ୍ଲୀ, ଗୋଟିଏ ଚେନ୍ନାଇ ଓ ଗୋଟିଏ ବାଙ୍ଗାଲୋରରୁ ଆସୁଥିଲା । ସକାଳ ୬ଟାର ଡେରାଡୁନ୍ ବିମାନ ୧୦ଟାରେ ଯାଇଛି । ଜୟପୁର – ଉତ୍କେଲା ବିମାନ ବିଳମ୍ବରେ ଉଡାଣ ଭରିଛି । ସୂଚନାଯୋଗ୍ୟ, ଆଜି ସକାଳଠାରୁ ଘନ କୁହୁଡ଼ି ବିମାନବନ୍ଦର ପରିସର ଏବଂ ଆଖପାଖ ଅଞ୍ଚଳରେ ଘନ କୁହୁଡ଼ି କବଳିତ ହୋଇ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଭୁବନେଶ୍ୱର ଏବଂ କଟକର ଅନେକ ସ୍ଥାନରେ ଦୃଶ୍ୟମାନତା ୫୦ ମିଟର ତଳେ ରେକର୍ଡ କରାଯାଇଥିଲା, ଯାହା ଫଳରେ ବିମାନର ସୁରକ୍ଷିତ ଚଳାଚଳ କଷ୍ଟକର ହୋଇପଡିଥିଲା। ଏହା ଯୋଗୁ ରନଓ୍ବେରେ ଅନେକ ବିମାନ ଫସି ରହିଥିବା ସହ ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ସମେତ ଅନେକ ବିମାନ କମ୍ପାନୀ ସେମାନଙ୍କ ବିମାନ ସୂଚୀରେ ବାଧା ସୃଷ୍ଟି ହୋଇଥିବା ନିଶ୍ଚିତ କରିଥିଲେ।










