27.1 C
Bhubaneswar
Monday, January 19, 2026
Homeଓଡିଶାସବୁ ସମସ୍ୟାର ସମାଧାନ ଶିକ୍ଷାର ଚାବିକାଠି: ଧର୍ମେନ୍ଦ୍ର ପ୍ରଧାନ

ସବୁ ସମସ୍ୟାର ସମାଧାନ ଶିକ୍ଷାର ଚାବିକାଠି: ଧର୍ମେନ୍ଦ୍ର ପ୍ରଧାନ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ମଙ୍ଗଳପୁର ଠାରେ ସତ୍ୟବାଦୀ ସରକାରୀ ଉଚ୍ଚ ବିଦ୍ୟାଳୟର “ସୁବର୍ଣ୍ଣ ଜୟନ୍ତୀ ସମାରୋହ”ରେ ଯୋଗଦେବା ଅବସରରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ବଢାଇବା ସହ ମାତୃଭାଷାରେ ଶିକ୍ଷା ପ୍ରଦାନ ତଥା ଶିକ୍ଷାର ମୂଳକୁ ମଜଭୂତ୍ କରିବାକୁ ହେବ। ଆମର ପରିଚୟ ଏବଂ ଅସ୍ମିତା କ’ଣ, ତା’ ଉପରେ ପିଲାମାନଙ୍କୁ ବିସ୍ତୁତ ଭାବେ ବୁଝାଇବା ପାଇଁ ପଡ଼ିବ। ଯେଉଁ ବ୍ୟକ୍ତି, ସମାଜ କିମ୍ବା ସମୂହ ତା’ର ମୂଳ ବିଷୟ ଏବଂ ଅସ୍ମିତା ସମ୍ପର୍କରେ ଅସ୍ପଷ୍ଟ, ସେହି ବ୍ୟକ୍ତି କେବେ ବି ଭବିଷ୍ୟତର ମାର୍ଗ ପ୍ରସ୍ତୁତ କରିପାରିବ ନାହିଁ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଢେଙ୍କାନାଳ ମାଟିର ସୁଯୋଗ୍ୟ ସନ୍ତାନ ସ୍ୱାଧୀନତା ସଂଗ୍ରାମୀ ସହିଦ ବାଜି ରାଉତ ସ୍ୱାଧୀନତାକୁ ଭଲ ଭାବରେ ବୁଝିଥିବା କାରଣରୁ ବ୍ରିଟିଶମାନଙ୍କୁ ନଦୀ ପାର କରାଇନଥିଲେ। ଏଥିରେ ମୂଳ ବିଷୟ ଥିଲା ଦେଶପ୍ରେମ। ଏହି ଆଧାରରେ ପିଲାମାନଙ୍କୁ ଶିକ୍ଷାର ମୂଳ ଲକ୍ଷ୍ୟ ସହ ଯୋଡିବାକୁ ପଡ଼ିବ। ଆମ ଜୀବନ ସ୍ୱୟଂ ପାଇଁ ନୁହେଁ ବରଂ ସମୂହ ପାଇଁ। ଏହାକୁ ଛାତ୍ରଛାତ୍ରୀଙ୍କୁ ବୁଝାଇବା ପାଇଁ ପଡ଼ିବ। ସ୍କୁଲ ଶିକ୍ଷା ପାଇଁ ଯୋଜନା କରିବା ସହ ପିଲାମାନଙ୍କ ଜ୍ଞାନର ବିକାଶ, ବ୍ୟକ୍ତିତ୍ୱ, ଚରିତ୍ର ଗଠନର ଦାୟିତ୍ୱ ନେବା ପାଇଁ ପଡିବ। ୨୦୩୬ରେ ଓଡ଼ିଶା ଭାଷା ଭିତ୍ତିକ ରାଜ୍ୟ ଭାବେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ। ୨୦୪୭ ସୁଦ୍ଧା ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବ। ବୈଷ୍ଣବ ଚରଣ ପଟ୍ଟନାୟକ, ସହିଦ ବାଜି ରାଉତ, ମହେଶ ଚନ୍ଦ୍ର ସୁବାହୁ ସିଂ, ସାରଙ୍ଗଧର ଦାସ ଓ ମୂଷା ମଲିକଙ୍କ ପରି ନେତୃତ୍ୱଙ୍କ ବିଚାରରେ ଦେଶସେବାରେ ବ୍ରତୀ ହୋଇ ୨୦୩୬ ଓ ୨୦୪୭ ମସିହା ସୁଦ୍ଧା ବୈଶ୍ୱିକ ନାଗରିକଙ୍କ କଲ୍ୟାଣ ପାଇଁ ଏବେ ଠାରୁ ନିଜର ଦାୟିତ୍ୱ ନିର୍ବାହ କରିବାକୁ ଶ୍ରୀ ପ୍ରଧାନ ଅପିଲ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking