19.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶଶିକ୍ଷା ଓ ଜ୍ଞାନ ଭାରତ-ଅଷ୍ଟ୍ରେଲିଆ ବନ୍ଧୁତ୍ୱକୁ ଆଗକୁ ନେବ: ଧର୍ମେନ୍ଦ୍ର

ଶିକ୍ଷା ଓ ଜ୍ଞାନ ଭାରତ-ଅଷ୍ଟ୍ରେଲିଆ ବନ୍ଧୁତ୍ୱକୁ ଆଗକୁ ନେବ: ଧର୍ମେନ୍ଦ୍ର

ମେଲବର୍ଣ୍ଣ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨ ଦିନ ଧରି ସିଙ୍ଗାପୁରରେ ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଆଜି ଅଷ୍ଟ୍ରେଲିଆର ମେଲବର୍ଣ୍ଣ ଠାରେ ପହଞ୍ଚିଛନ୍ତି। ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ବସବାସ କରୁଥିବା ଭାରତୀୟମାନଙ୍କ ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ଏହି ଅବସରରେ ସେଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିବା ସହ ସେମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ।

ଧର୍ମେନ୍ଦ୍ର କହିଛନ୍ତି ଅଷ୍ଟ୍ରେଲିଆରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ସହ ସାକ୍ଷାତ୍ ହୋଇ କଥା ହେବା ଖୁସିର ବିଷୟ। ଆମ ପ୍ରବାସୀମାନେ ହେଉଛନ୍ତି ଭାରତର ସଭ୍ୟତାର ସବୁଠାରୁ ବଡ ଆମ୍ବାସଡର। ଆମର ସଭ୍ୟତାର ମୂଲ୍ୟବୋଧ ଏବଂ ଜ୍ଞାନ; ବୈଶ୍ୱିକ ଆହ୍ୱାନର ସମାଧାନ କରିପାରିବ। ଶିକ୍ଷା ସମନ୍ୱୟ ଓ ସହଯୋଗ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଥିବା ସମ୍ପର୍କକୁ ମଜଭୁତ କରିବ। ଜ୍ଞାନ ସହଯୋଗ ଭାରତ-ଅଷ୍ଟ୍ରେଲିଆ ବନ୍ଧୁତ୍ୱକୁ ଆଗକୁ ନେବାରେ ମୂଳଦୂଆ ସାବ୍ୟସ୍ତ ହେବ। ଶିକ୍ଷାର ଅନ୍ତର୍ଜାତୀୟକରଣ, ବିଶ୍ୱବିଦ୍ୟାଳୟ ସହ ସଂଯୋଗ, ଗବେଷଣା, ସ୍କିଲିଂ ଏବଂ ପାରସ୍ପିରକ ଛାତ୍ର ବିନିମୟ ଉପରେ ମଧ୍ୟ ଚର୍ଚ୍ଚା କରିଥିଲେ କେନ୍ଦ୍ରମନ୍ତ୍ରୀ।

ଅଷ୍ଟ୍ରେଲିଆ ଗସ୍ତ କାଳରେ ଶ୍ରୀ ପ୍ରଧାନ ମେଲବର୍ଣ୍ଣରେ ଅଷ୍ଟ୍ରେଲିଆର ଶିକ୍ଷା ମନ୍ତ୍ରୀ ଜେସନ କ୍ଲେୟାରଙ୍କୁ ଭେଟିବା ସହ ‘ଅଷ୍ଟ୍ରେଲିଆ ଅନ୍ତର୍ଜାତୀୟ ଶିକ୍ଷା ସମ୍ମିଳନୀ’ରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେହିପରି ସାଉଥ୍ ମେଲବର୍ଣ୍ଣ ପ୍ରାଥମିକ ବିଦ୍ୟାଳୟ ଓ ମେଡଟେକ୍ ପ୍ରୋଟୋଟାଇପିଂ ଏବଂ ବିନିର୍ମାଣ କ୍ଷେତ୍ରରେ ଜଣାଶୁଣା ଆରଏମଆଇଟି ବିଶ୍ୱବିଦ୍ୟାଳୟର ‘ଡିସ୍କଭରୀ ଟୁ ଡିଭାଇସ୍‌’ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ମେଡିକାଲ ଟେକ୍ନୋଲୋଜିର ବାଣିଜ୍ୟିକ ଏବଂ ଡ୍ରାଇଭିଂ ଇନୋଭେସନରେ ଶିଳ୍ପ-ଏକାଡେମୀ ଲିଙ୍କେଜର ଭୂମିକା ପାଇଁ ସହଯୋଗୀ ଆଭିମୁଖ୍ୟକୁ ଅନ୍ୱେଷଣ କରିବ।

ଗତକାଲି ସିଙ୍ଗାପୁରରେ ଶ୍ରୀ ପ୍ରଧାନ ଆଇଆଇଟି ଓ ଆଇଆଇଏମର ପୂର୍ବତନ ଛାତ୍ରଛାତ୍ରୀଙ୍କୁ ଭେଟି ଦୁଇ ଦେଶର ଶିକ୍ଷା ବ୍ୟବସ୍ଥା ସମ୍ବନ୍ଧରେ ଚର୍ଚ୍ଚା କରିଥିଲେ। କେନ୍ଦ୍ରମନ୍ତ୍ରୀ କହିଥିଲେ, ଆମର ଆଇଆଇଟି ଓ ଆଇଆଇଏମ୍‌ଗୁଡ଼ିକ ଭାରତର ଜ୍ଞାନ ଶକ୍ତିର ଗୋଟିଏ ଗୋଟିଏ ଉଦାହରଣ। ଆଜିର କାର୍ଯ୍ୟକ୍ରମ ପ୍ରତିଫଳିତ କରୁଛି ଯେ, ଭାରତ ଚତୁର୍ଥ ଶିଳ୍ପ ବିପ୍ଳବର ନେତୃତ୍ୱ ନେବାରେ ଏକ ଉତ୍ପେରକ ହେବ। ‘ଅମୃତ କାଳ’ ଭାରତ ପାଇଁ ଏକ ନିର୍ଣ୍ଣାୟକ ପର୍ଯ୍ୟାୟ। ଏହା ପରିବର୍ତ୍ତନର ଯୁଗ। ବ୍ରାଣ୍ଡ୍ ଭାରତର ପୂର୍ବତନ ଛାତ୍ରଛାତ୍ରୀ-ଆମ୍ବାସଡରମାନଙ୍କୁ ଭାରତର ମୁହୁର୍ତ୍ତକୁ ଉପଭୋଗ କରିବା ତଥା ନୂତନ ଭାରତର ଅଭିବୃଦ୍ଧି ଯାତ୍ରାରେ ସକ୍ରିୟ ଯୋଗଦାନ ରଖିବା ପାଇଁ ସେ ଆହ୍ୱାନ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking