27.1 C
Bhubaneswar
Wednesday, October 23, 2024
Homeଓଡିଶାଶିକ୍ଷା ଓ ସଚେତନତା ମହିଳାଙ୍କ ସୁରକ୍ଷା ଓ ନିରାପତ୍ତା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିବ:ମନ୍ତ୍ରୀ...

ଶିକ୍ଷା ଓ ସଚେତନତା ମହିଳାଙ୍କ ସୁରକ୍ଷା ଓ ନିରାପତ୍ତା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିବ:ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର: ମହିଳାମାନେ ହେଉଛନ୍ତି ସମାଜର ପ୍ରମୁଖ ଅଙ୍ଗ I ଯେଉଁ ଦେଶର ମହିଳା ଯେତେ ସୁରକ୍ଷିତ ଏବଂ ସଶକ୍ତ ସେ ଦେଶ ସେତେ ମାତ୍ରାରେ ସମୃଦ୍ଧ। ତେଣୁ ଦେଶ ତଥା ରାଜ୍ୟର ପ୍ରଗତି ଆଗକୁ ନେବାକୁ ହେଲେ ମହିଳା ମାନଙ୍କ ସୁରକ୍ଷା ଓ ନିରାପତ୍ତାକୁ ପ୍ରାଧାନ୍ୟ ଦେବାକୁ ପଡିବ I ଶିକ୍ଷା ଓ ସଚେତନତା ଏ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି “ଓଡ଼ିଶା ବିକାଶ କନକ୍ଳେଭ ୨୦୨୪” ଅବସରରେ “ଓଡ଼ିଶାରେ ମହିଳାଙ୍କ ସୁରକ୍ଷା ଓ ନିରାପତ୍ତା ” ଶୀର୍ଷକ ଆଲୋଚନାରେ ଭାଗନେଇ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି I ମହାଭାରତରେ ମାତା ଦ୍ରୌପଦୀଙ୍କ ସମ୍ମାନ ରକ୍ଷା କରିବାରେ ଶ୍ରୀକୃଷ୍ଣଙ୍କ ଭୂମିକା ଉପାଖ୍ୟାନ ଅବତାରଣା କରି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଲେଯେ ଯୁଗେ ଯୁଗେ ନାରୀ ପୂଜନୀୟା ଓ ବନ୍ଦନୀୟା I ତେବେ ଅଶିକ୍ଷା ଓ ସଚେତନତାର ଅଭାବ ଯୋଗୁଁ ଅନେକ ସମୟରେ ମହିଳାମାନେ ଠକାମୀ ର ଶିକାର ହେଉଛନ୍ତି I

ଆଜିବି ଆଦିବାସୀ ଅଧୁଷିତ ଅଞ୍ଚଳରେ ଅଧାରୁ ପାଠ ଛାଡିବା କ୍ଷେତ୍ରରେ ଛାତ୍ରୀମାନଙ୍କ ହାର ଅଧିକ ରହିଛି I ତେଣୁ ମହିଳା ସାକ୍ଷରତା ହାର ବୃଦ୍ଧି ସହିତ ମହିଳାଙ୍କ ବିରୋଧରେ ହେଉଥିବା ଅପରାଧକୁ ରୋକିବା ପାଇଁ ଆଇନରେ ଆବଶ୍ୟକ ସଂଶୋଧନ ଏବଂ ଚାରୋଟି ଜୋନରେ ମହିଳା ଫାଷ୍ଟଟ୍ରାକ କୋର୍ଟ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ବିଚାର କରୁଛନ୍ତି I ବିକଶିତ ଓଡ଼ିଶା-୨୦୩୬ ଲକ୍ଷ୍ୟ ନେଇ ଆମେ ଆଗକୁ ବଢୁଥିବା ବେଳେ ମହିଳା ମାନଙ୍କ ଅର୍ଥନୈତିକ ଓ ସାମାଜିକ ସୁରକ୍ଷାକୁ ନିଶ୍ଚିତ କରିବା ସମସ୍ତଙ୍କର ନୈତିକ କର୍ତ୍ତବ୍ୟ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି I ସି ୱାଇ ଏସ ଡି ପ୍ରତିଷ୍ଠାତା ସଦସ୍ୟ ଜଗଦାନନ୍ଦଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉଦଯାପନୀ ସମାରୋହରେ ବିଶିଷ୍ଟ ବ୍ୟକ୍ତିଗଣ ଅତିଥି ଭାବେ ଯୋଗଦେଇ ନିଜର ମତ ରଖିଥିଲେ I ଶେଷରେ ସିୱାଈ ଏସଡି ର ଅଧ୍ୟକ୍ଷ ପ୍ରଫୁଲ୍ଲ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking