27.1 C
Bhubaneswar
Saturday, June 28, 2025
Homeଓଡିଶାଶିକ୍ଷାବିତ ପ୍ରଫେସର ପ୍ରପୁଲ୍ଲ ମହାନ୍ତିଙ୍କ ପରଲୋକ

ଶିକ୍ଷାବିତ ପ୍ରଫେସର ପ୍ରପୁଲ୍ଲ ମହାନ୍ତିଙ୍କ ପରଲୋକ

ଭୁବନେଶ୍ଵର: ଓଡ଼ିଶା ମାଧ୍ଯମିକ ଶିକ୍ଷା ବୋର୍ଡ଼ର ପୂର୍ବତନ ସଭାପତି ଓ ଏସ୍‌ସିଆରଟିର ପୂର୍ବତନ ନିର୍ଦ୍ଦେଶକ ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଡଃ. ପ୍ରଫୁଲ ଚନ୍ଦ୍ର ହାପାତ୍ରଙ୍କ ପରଲୋକ । ଡଃ ମହାପାତ୍ର ୮୪ ବର୍ଷ ବୟସରେ ଭୁବନେଶ୍ୱର ଆଇଆରସି ଭିଲେଜ ସ୍ଥିତ ବାସଭବନରେ ଇହଲୀଳା ସମ୍ବରଣ କରିଛନ୍ତି । ଅଧ୍ୟାପକରୁ ଚାକିରି ଜୀବନ ଆରମ୍ଭ କରିଥିବା ଡଃ ମହାପାତ୍ର ବିଭିନ୍ନ ସମୟରେ କଟକ ସ୍ଥିତ ଆରଏନଆଇଏଏସଇ (ଆରଏନଟି) ଟ୍ରେନିଂ କଲେଜ ଓ ଏସସିଆରଟି ରେ ପ୍ରଫେସର, କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟରେ ଏନଏସଏସର ଉପ କାର୍ଯ୍ୟକ୍ରମ ପରାମର୍ଶଦାତା, ଓଡ଼ିଶାରେ ସମସ୍ତଙ୍କ ପାଇଁ ଶିକ୍ଷା ସେଲ୍‌ର ସଦସ୍ୟ ସଚିବ, ପଞ୍ଚମ ସର୍ବଭାରତୀୟ ଶକ୍ଷା ସର୍ଭେରେ ରାଜ୍ୟ ସର୍ଭେ ଅଧିକାରୀ, ଓଡ଼ିଶା ମାଧ୍ଯମିକ ଶିକ୍ଷା ବୋର୍ଡ଼ର ସଭାପତି ଓ ଏସିଆରଟିର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ ଏହା ଛଡ଼ା ସେ ଭାରତ ସରକାରଙ୍କ ମାନବ ସମ୍ବଳ ମନ୍ତ୍ରାଣାଳୟ ଦ୍ୱାରା ରାଜ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ର ଭୂମିକା ନେଇ ଗଠିତ ଟାସ୍କ ଫୋର୍ସର ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ ।

ସେ ୧୯୯୯ ମସିହାରେ ଚାକିରୀରୁ ଅବସର ନେଇଥିଲେ । ଅବସର ପରେ ଡଃ ମହାପାତ୍ର ଓଡ଼ିଶା ସରକାରଙ୍କ ଦ୍ୱାରା ଗଠିତ ବିଦ୍ୟାଳୟ ଗଣଶିକ୍ଷା ବିଭାଗର ଗଠିତ ଭିଜନ୍ ୨୦୨୦ ଟାସ୍କ ଫୋର୍ସର ସଦସ୍ୟ ଭାରତ ସରକାରଙ୍କ ସ୍ଵାକ୍ଷରତା ମିଶନର କୋର ଗ୍ରୁପ୍ ସଦସ୍ୟ, ଓଡ଼ିଶା ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଅନୁସୂଚିତ ଜନଜାତି ଶିକ୍ଷା ସମିତି (ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ)ର ସଦସ୍ୟ, ଓଡ଼ିଶା ମାଧ୍ଯମିକ ଶିକ୍ଷା ବୋର୍ଡ଼ର ପରୀକ୍ଷା ସଂସ୍କାର କମିଟିର ଅଧ୍ୟକ୍ଷ, ଜାତୀୟ ପାଠ୍ୟକ୍ରମ ଫ୍ରେମ୍ ୱାର୍କର ସଦସ୍ୟ, ଜାତୀୟ ଶିକ୍ଷକ ଶିକ୍ଷା ପରିଷଦ (ଏନସିଟିଇ)ର ପୂର୍ବାଞ୍ଚଳ ଅଧ୍ଯକ୍ଷ ଓ ଓଡ଼ିଶା ଶିକ୍ଷା ବିକାଶ ସମିତିର ସଭାପତି ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ସେ ଏନସିଆରଟି ଦ୍ଵାରା ପ୍ରକାଶିତ ଓଡ଼ିଶାର ପଞ୍ଚମ ଶିକ୍ଷା ସର୍ଭେ, ଓଡ଼ିଶାର ଶିକ୍ଷା ପ୍ରସାଶନିକ ସର୍ଭେ, ଭାରତରେ ଶିକ୍ଷକ ଶିକ୍ଷା, ସମସ୍ତଙ୍କ ପାଇଁ ଶିକ୍ଷା ଆଦି ପୁସ୍ତକ ଲେଖୁବା ସହ ତାଙ୍କ ଦ୍ୱାରା ଲିଖିତ ୪୭ଟି ଗବେଷଣାତ୍ମକ ସନ୍ଦର୍ଭବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ଜର୍ଣାଲ୍‌ରେ ପ୍ରକାଶିତ ହୋଇଥିଲା । ଏହା ବ୍ୟତିତ ସେ ରୋଟାରୀ କ୍ଲବର ସଦସ୍ୟ ଓ ଗୋପବନ୍ଧୁ ଦରିଦ୍ର ନାରାୟଣ ସେବା ସଂଘ (ଗୋପବନ୍ଧୁ ଖଦୀ ସୋସାଇଟି)ର ସଭାପତି ରହିଥିଲେ । ଡଃ ମହାପାତ୍ର ଜଣେ ସୁନାମଧନ୍ୟ ଶିକ୍ଷାବିତ ଓ ପ୍ରଶାସକ ଭାବେ ସୁନାମ ଅର୍ଜନ କରିଥିଲେ । ସେ ଜଣେ ଅତ୍ୟନ୍ତ ମେଳପି, ସରଳ ଓ ବନ୍ଧୁବସ୍ଥଳ ବ୍ୟକ୍ତି ଥିଲେ। ତାଙ୍କ ବିୟୋଗରେ ଶିକ୍ଷାବିତ୍ ଓ ବୁଦ୍ଧିଜୀବୀ ମହଲରେ ଶୋକର ଛାୟା ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking