18.1 C
Bhubaneswar
Friday, January 16, 2026
Homeଅପରାଧକୋ ଅପରେଟିଭ୍ ବ୍ୟାଙ୍କରେ ଇଡିର ରେଡ

କୋ ଅପରେଟିଭ୍ ବ୍ୟାଙ୍କରେ ଇଡିର ରେଡ

ନୂଆଦିଲ୍ଲୀ: ମହାରାଷ୍ଟ୍ର ମାଲେଗାଁଓ ସ୍ଥିତ ନାସିକ ମର୍ଚ୍ଚାଣ୍ଟ କୋ ଅପରେଟିଭ୍ ବ୍ୟାଙ୍କ ନାମକୋରେ ଇଡିର ଚଢାଉ। ଜବତ ହୋଇଛି ୧୩ କୋଟି ୫୦ ଲକ୍ଷ ଟଙ୍କା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମୁମ୍ବାଇ ଜୋନ ପକ୍ଷରୁ ରେଡ୍ କରାଯାଇ ଏତେ ପରିମାଣର ନଗଦ କ୍ୟାସ୍ ଜବତ କରାଯାଇଛି। ସୂଚନା ଅନୁଯାଇ , ଇଡି ପକ୍ଷରୁ ଅହମ୍ମଦାବାଦ ଓ ମୁମ୍ବାଇର ୭ଟି ସ୍ଥାନରେ ଚଢାଉ ଏକକାଳୀନ ଚଢାଉ କରାଯାଇଥିଲା। ଏହା ପୂର୍ବରୁ ଗତମାସରେ ମଧ୍ୟ ଇଡି ଏହି ମାମଲାରେ ମହାରାଷ୍ଟ୍ର ଓ ଗୁଜରାଟର ବିଭିନ୍ନ ସ୍ଥାନରେ ରେଡ୍ କରିଥିଲା। ମାଲେଗାଁଓର ଜନୈକ ବ୍ୟବସାୟୀ ନାସିକ ମର୍ଚ୍ଚାଣ୍ଟ କୋ ଅପରେଟିଭ୍ ବ୍ୟାଙ୍କରେ ଥିବା ବିଭିନ୍ନ ଗ୍ରାହକଙ୍କ ଆକାଉଣ୍ଟର ଅପବ୍ୟବହାର କରି ୧୦୦ କୋଟିରୁ ଅଧିକ କାରବାର କରିଥିବା ଅଭିଯୋଗ ରହିଥିଲା। ଏହି ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କ ନାଁରେ ମାଲଗାଁଓ ଥାନାରେ ମାମଲା ଚାଲିଛି। ତେବେ ୧୦୦ କୋଟି ଟଙ୍କାର ଅର୍ଥ ହେରଫେର ଅଭିଯୋଗରେ ଇଡି ଏହି ରେଡ୍ ଘଟଣାର ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking