25.1 C
Bhubaneswar
Friday, December 19, 2025
Homeଦେଶ ବିଦେଶସୁପରଷ୍ଟାର ମହେଶ ବାବୁଙ୍କୁ ଇଡି ସମନ୍‌

ସୁପରଷ୍ଟାର ମହେଶ ବାବୁଙ୍କୁ ଇଡି ସମନ୍‌

ହାଇଦ୍ରାବାଦ୍‌: ଦକ୍ଷିଣ ଭାରତୀୟ ଫିଲ୍ମ ଜଗତର ସୁପରଷ୍ଟାର ମହେଶ ବାବୁଙ୍କୁ ଇଡି ସମନ ଜାରି କରିଛି। ହାଇଦ୍ରାବାଦ୍ ସ୍ଥିତ ଏକ ରିଅଲ-ଇଷ୍ଟେଟ୍ ଫାର୍ମ ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଏହି ସମନ୍ ଜାରି କରାଯାଇଛି। ସମନ୍‌ରେ ଏପ୍ରିଲ ୨୮ ତାରିଖ ପୂର୍ବରୁ ହାଇଦ୍ରାବାଦ ସ୍ଥିତ ଇଡି ଅଫିସରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଭିଯୋଗ ଅନୁସାରେ ଅଭିନେତା ମହେଶ ବାବୁଙ୍କୁ ମୋଟ୍ ୫.୯ କୋଟି ଟଙ୍କା ପ୍ରଦାନ କରାଯାଇଛି। ୩.୪ କୋଟି ଟଙ୍କା ଚେକ୍ ମାଧ୍ୟମରେ ଦିଆଯାଇଥିବା ବେଳେ ବାକି ୨.୫ କୋଟି ଟଙ୍କା ନଗଦ ଦିଆଯାଇଥିଲା।

ଏହି କାରବାରର ନଗଦ ଅଂଶ ଏବେ ଇଡିର ସ୍କାନରକୁ ଆସିବା ପରେ ମହେଶ ବାବୁଙ୍କୁ ପଚରାଉଚରା ପାଇଁ ସମନ କରାଯାଇଛି। ଏହି ମନି ଲଣ୍ଡରିଂ ମାମଲାରେ ଜଡ଼ିତ ଦୁଇଟି ରିଅଲ-ଇଷ୍ଟେଟ୍ କମ୍ପାନୀ ସୁରାଣା ଗ୍ରୁପ ଏବଂ ସାଇ ସୂର୍ଯ୍ୟ ଡେଭଲପର୍ସ ସହ ଜଡ଼ିତ ମାମଲାରେ ଏହି ସମନ ହୋଇଛି। ଠିକ୍ ସମୟରେ କାମ ସରିନଥିବା ସହ ଟଙ୍କା ହେରଫେର ଅଭିଯୋଗ ଥିବା ବେଳେ ଏହି ୨ଟି ରିଅଲ ଇଷ୍ଟେଟ ଫାର୍ମର ମହେଶ ବାବୁ ବ୍ରାଣ୍ଡ ଆମ୍ବାସଡର ଥିଲେ। ବିଜ୍ଞାପନ ଚୁକ୍ତି ବାବଦରେ କୋଟି କୋଟି ଟଙ୍କା ମହେଶ ବାବୁ ନେଇଥିବା ଅଭିଯୋଗ ହୋଇଛି। ରିପୋର୍ଟ ଅନୁସାରେ ଏହି ମନି ଲଣ୍ଡରିଂ ମାମଲାରେ ଜଡ଼ିତ କିଛି ସ୍ଥାନରେ ଚଢ଼ାଉ ବି କରାଯାଇଛି। ପୂର୍ବରୁ, ଏପ୍ରିଲ ୧୮ରେ, ଇଡି ତେଲେଙ୍ଗାନାର ଅନେକ ସ୍ଥାନରେ ଚଢାଉ କରିଥିଲା। ଇଡି ଅନୁଯାୟୀ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହାଇଦ୍ରାବାଦର ସିକନ୍ଦରାବାଦ, ଜୁବଲି ହିଲ୍ସ ଏବଂ ବୋୱେନପାଲିର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା। ସାଇ ସୂର୍ଯ୍ୟ ଡେଭଲପର୍ସର ମାଲିକ କଞ୍ଚାରଲା ସତୀଶ ଚନ୍ଦ୍ର ଗୁପ୍ତା ‘ଗ୍ରୀନ ମିଡୋଜ’ ନାମକ ଏକ ପ୍ରକଳ୍ପରେ ତ୍ରୁଟି ପାଇଁ ପୋଲିସ ତଦନ୍ତର ସମ୍ମୁଖୀନ ହେଉଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking