ଭୁବନେଶ୍ୱର: କୋଟିପତି ଖଣି ଉପନିର୍ଦ୍ଦେଶକଙ୍କ ତଥ୍ୟ ମାଗିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ରେଡ ବେଳେ ନଗଦ ୪ କୋଟି ୨୭ ଲକ୍ଷ ଜବତ ପରେ ତଥ୍ୟ ମାଗିଲା । ୭ ଦିନିଆ ରିମାଣ୍ଡ ପାଇଁ ଆଜି ଆବେଦନ କରିବ ଭିଜିଲାନ୍ସ । ସୂଚନା ଥାଉକି, ଆସନ୍ତାକାଲି ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ବହିର୍ଭୁତ ସମ୍ପତ୍ତି ଠୂଳ ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ । ଖଣି ବିଭାଗର କଟକ ସର୍କଲ ଉପ ନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ଘରୁ ମିଳିଥିଲା ୪ କୋଟି ନଗଦ କ୍ୟାସ । ଏମିତିକି ଖଣି ଅଧିକାରୀଙ୍କ ଅଫିସରୁ ୧ ଲକ୍ଷ ୨୦ ହଜାର ଟଙ୍କା ବି ଜବତ କରାଯାଇଥିଲା । ଏଥିସହିତ ୧୩୦ ଗ୍ରାମ ସୁନା ମଧ୍ୟ ଜବତ ହୋଇଥିବା ସୂଚନା ମିଳିଥିଲା । ଜଣେ ଲାଇସେନ୍ସପ୍ରାପ୍ତ କୋଇଲା ଖଣି ବ୍ୟବସାୟୀଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ଅଭିଯୋଗ ମାମଲାରେ ଭିଜିଲାନ୍ସ ମାଡି ବସିଥିଲା ।










