33.1 C
Bhubaneswar
Thursday, February 26, 2026
Homeଓଡିଶାଇଡି ରେଡ୍‌: ୨.୬୩ କୋଟି ଜବତ

ଇଡି ରେଡ୍‌: ୨.୬୩ କୋଟି ଜବତ

ଭୁବନେଶ୍ୱର: ବାଲି ଓ କଳାପଥର ଚାଲାଣକୁ ନେଇ ଇଡିର ତଥ୍ୟ । ଗଞ୍ଜାମ ଜିଲ୍ଲାରୁ ୨୫ରୁ ଉର୍ଦ୍ଧ୍ୱ ସ୍ଥାନରେ ଚଢାଉ ପରେ ଇଡି ଜାରି କଲା ପ୍ରେସ୍ ରିଲିଜ୍ । ଜାରି ପ୍ରେସ୍ ରିଲିଜ୍ ଅନୁସାରେ, ଗଞ୍ଜାମର ୨୫ରୁ ଅଧିକ ସ୍ଥାନରେ ଚଢାଉ କରାଯାଇଛି । ୬ଟି ରାଜ୍ୟର ୧୭୫ରୁ ଅଧକ ଅଧିକାରୀ ଚଢାଉରେ ସାମିଲ ଥିଲେ । ବର୍ତ୍ତମାନ ସୁଦ୍ଧା ନଗଦ ୨.୬୩ କୋଟି ଟଙ୍କା ଜବତ କରାଯାଇଛି । ଅନେକ ଦାମୀ ବେନାମୀ ଗାଡି ମଧ୍ୟ ଜବତ କରାଯାଇଛି । ବାଲି ଓ କଳାପଥର ଚାଲାଣକୁ ନେଇ ଇଡିର ବଡ ସୂଚନା । ଅନ୍ୟମାନଙ୍କୁ ମିଳୁଥିବା ଖଣି ଲିଜ୍ ବଳପୂର୍ବକ ଅକ୍ତିଆର କରୁଥିଲା ସିଣ୍ଡିକେଟ୍ । ବେଆଇନ୍ ଓ ବଳପୂର୍ବକ ଖଣି ଲିଜ୍ ନେଉଥିଲେ ସିଣ୍ଡିକେଟ୍ ସହଯୋଗୀ । ବାଲି ମାଫିଆଙ୍କ କାର୍ଯ୍ୟକଳାପ ଆଉ କେବଳ ଓଡ଼ିଶାରେ ସୀମିତ ନାହିଁ । ଏହି ସିଣ୍ଡିକେଟ୍‌ର ବିହାର, ଛତିଶଗଡ଼ ଏବଂ ମହାରାଷ୍ଟ୍ରରେ କାର୍ଯ୍ୟକ୍ଷମ ଏବଂ ଆର୍ଥିକ ଲିଙ୍କ୍ ଥିବା ସନ୍ଦେହ କରାଯାଉଛି । ଗୋଆ ଏବଂ ମହାରାଷ୍ଟ୍ରରେ ନିବେଶ ଏବଂ ମନି ଲଣ୍ଡରିଂ କାର୍ଯ୍ୟକଳାପ ରିପୋର୍ଟ ହୋଇଛି । ସୀମାପାର ପାଣ୍ଠି ପରିବହନ ନେଟୱାର୍କର ବିସ୍ତାରିତ ପରିମାଣ ଏବଂ ପ୍ରଭାବ ବିଷୟରେ ଚିନ୍ତା ସୃଷ୍ଟି କରିଛି। ବେଆଇନ ବାଲି ଖନନ ବ୍ୟତୀତ, ଇଡି ଗଞ୍ଜାମ ଜିଲ୍ଲାରେ ଚାଲିଥିବା କଥିତ ଅବୈଧ ମଦ ଭାଟି ସମେତ ଅନ୍ୟାନ୍ୟ ବେଆଇନ ବ୍ୟବସାୟଗୁଡ଼ିକର ତଦନ୍ତ କରୁଛି ଇଡି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking