ଭୁବନେଶ୍ୱର: ଖଣି ମାଲିକ ଶକ୍ତି ରଞ୍ଜନ ଦାଶଙ୍କ ଘରେ ଇଡି ଚଢାଉ କରାଯାଇଛି । ଶକ୍ତିଙ୍କ ନୟାପଲ୍ଲୀ ସ୍ଥିତ ଘରେ ହିମାଚଳ ପ୍ରଦେଶ ଇଡି ଟିମ୍ର ଚଢାଉ ଚାଲିଛି । ହିମାଚଳ ପ୍ରଦେଶ ପୋଲିସ ସିଆଇଡି ନିକଟରେ ମାମଲା ରୁଜୁ ପରେ ରେଡ୍ କରାଯାଇଛି । ହିମାଚଳର ଏକ କମ୍ପାନୀ ବିଭିନ୍ନ ବ୍ୟାଙ୍କରୁ ୧୩୯୬ କୋଟି ରଣ କରିଥିଲା । ଜାଲ କାଗଜପତ୍ର ମାଧ୍ୟମରେ ଋଣ, ସେଥିରୁ ଶକ୍ତିଙ୍କ ଆକାଉଣ୍ଟକୁ ଆସିଛି ୫୯ କୋଟି ଟଙ୍କା । ରେଡ୍ ବେଳେ ୧୦ଟି ବିଳାସପୂର୍ଣ୍ଣ କାର୍ ଏବଂ ୩ଟି ସୁପର୍ ବାଇକ୍ ଜବତ କରାଯାଇଛି । ୧୩ ଲକ୍ଷ ଟଙ୍କା ଓ ୧ କୋଟି ୧୨ ଲକ୍ଷ ଟଙ୍କାର ସୁନାଗହଣା ଜବତ କରାଯାଇଛି । ଏଥି ସହିତ ଦୁଇଟି ବ୍ୟାଙ୍କ ଲକର ଠାବ କରି ଯାଞ୍ଜ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।










